STORYMIRROR

sudhakar sethi

Others

3  

sudhakar sethi

Others

ଶୋଷ

ଶୋଷ

1 min
12.1K


ଝରଝର ଝରେ ବରଷାର ଧାର

ତଥାପି ମେଣ୍ଟୁନି ତୃଷ୍ଣା 

ସାଗରର ବିଶାଳତା ସମାହିତ ହୃଦେ

ମନେ ଉଠେ ଅସ୍ଥିରତା


ସମ୍ପର୍କର ଡୋର ଏମିତି ଲମ୍ବା

କିଏ ବୁଝିବ ସେ ମାୟା

ଚାରିଆଡେ ଖାଲି ହା ହୁତାସ

ତୁଛା ମରିଚିକା ଛାୟା


ଶୀତ କାକର ଅବା ଉଷ୍ମତା

ପଡିଛି ସବୁ ପିଠିରେ

ହସୁଛି ଗାଊଛି ନାଚିଯାଉଛି

ଫରକ କିଛି ନପଡେ


ଦାନ୍ତଦେଖେଇ ହସୁଛି କେମିତି

ସହି ବିଛେଦର ଦାରୁଣତା

ସତେକି ପଥର ପଡିଛି ଆକୁଳେ

ମାପିଚାଲିଛି ସେ ଦୁରତା


ଶୁଖିଯାଏ ତଣ୍ଟି ଥରୁଛି ବଦନ

ଶୋଷ ଏ କେଉଁ ଯୁଗର

କେମିତି ସହିବ ଏ ଦାରୁଣ ଦୁଃଖ

ଆତ୍ମା କାନ୍ଦେ ହୋଇ ବିକଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍