STORYMIRROR

KSHIRADRI SAHU

Others

3  

KSHIRADRI SAHU

Others

ଶୋଷ

ଶୋଷ

1 min
201


 ଖରାଦିନ ପରା ଆସିଲାଣି

       ଡହ ଡହ ଖରା ବଢ଼ିଲାଣି 

    ପଶୁପକ୍ଷୀ ଆମେ ଶୋଷରେ

 ଆଉଟି ପାଉଟି ହେଲୁଣି ।

      ପାରିବ କି ହେ ମଣିଷ ଭାଇ 

ତୁମ ଛାତର ଉପରେ ପାଣି ଢାଳଟିଏ

    ରଖି ଆମ ଜୀବନ ବଞ୍ଚାଇ ଦେବ କି ।

ଆମ ଘରଦ୍ୱାର ସବୁ ଛାରଖାର କରି

   ଗଛ କାଟି ତମେ ଜଙ୍ଗଲ ସଫା କରିଲଣି 

ମୁଣ୍ଡ ଗୁଞ୍ଜିବାକୁ ବସା ଟିକେ ନାହିଁ

   କେତେ କଲବଲ ଆମକୁ ତମେ କରିଲଣି ।

ଖାଇବାକୁ ନାହିଁ ପିଇବାକୁ ନାହିଁ

    ରହିବାକୁ ନାହିଁ ଜାଗା

କି ଲାଭ ପାଉଛ ଆମ ନିରୀହ

    ଜୀବନ ସାଙ୍ଗେ ଖେଳି ଏକା 

ମଣିଷକୁ ବିଭୁ ଗଢ଼ିଛି ପରା

    ଶ୍ରେଷ୍ଠ ଜୀବଟିଏ କରି

ସେଥିପାଇଁ ବୋଧେ ଖେଳୁଛି

   ଏ ଖେଳ ଦୟାମାୟା ଟିକେନାହିଁ 

ବିବେକ ପଣିଆ ହଜେଇ ଦେଲଣି

    ତଥାପି କରୁ ନିବେଦନପାଣି

 ମୁନ୍ଦେ ରଖ ଘର ବାହାରେ

    ଛାତ ଉପରେ ବଗିଚା ମଧ୍ୟେ 

ଭୋକରେ ଶୋଷରେ ଛଟପଟ ହଉ

       ଦୟା ଟିକେ ରଖ 

ଏତିକି ରଖିବ ଗୁହାରୀ ଆମର ଯଦି,

   ତୁମର କଲ୍ୟାଣ କରିବେ ଜଗତନାଥ ।।


 


Rate this content
Log in