STORYMIRROR

Usharani Sahoo

Others

4  

Usharani Sahoo

Others

ଶ୍ମଶାନ

ଶ୍ମଶାନ

1 min
402

ମୋ ପାଖରେ ନାହିଁ ଧନୀ କି ଗରିବ

ଉଚ୍ଚନୀଚ ଭେଦଭାବ

ଜାତି ଧର୍ମ ବର୍ଣ୍ଣ ସମସ୍ତେ ସମାନ

ପର କି ଆପଣା ଭେଦ।


ଯେତେ ଜ୍ଞାନୀ ଗୁଣୀ ମୁର୍ଖ ଅବା ଧନୀ

ସଭିଙ୍କୁ କରେ ନିଜର

ଶ୍ମଶାନ ହୋଇ ମୁଁ ନଥାଏ ଭାବନା

କରିଥାଏ ଆପଣାର।


ପାଶେ ମୋର ନାହିଁ ବିପୁଳ ସମ୍ପଦ

ଐଶ୍ୱର୍ଯ୍ୟର ରାଜଭୋଗ

ଖାଲି ଅଛି ପାଖେ ଛଅ ଖଣ୍ଡ କାଠ

ଘୃତ ଅଗ୍ନିର ସଂଯୋଗ।


ମିଛର ସଂସାର କେହି ନୁହେଁ ତୋର

ସବୁ ମାୟା ମରିଚିକା

ଶୂନ୍ୟ ହସ୍ତେ ଆସି ଶୂନ୍ୟ ହସ୍ତେ ତୁହି

ଚାଲିଯିବୁ ଏକା ଏକା।


ପରିଶ୍ରମ କରି ଅରଜିଛୁ ଯାହା

ନେବୁ ନାହିଁ ତୋର ସାଥେ

ଯାହାକୁ ନିଜର ଭାଵିଥିଵୁ ମନେ

କେହି ନ ଥିବେ ତୋ ପାଖେ।


ମୋହର ସଂସାରେ ଜଞ୍ଜାଳ ମଧ୍ୟରେ

ସଦା ବୁଡ଼ି ରହିଥିଵୁ 

ଜୀବନ ଯନ୍ତ୍ରଣା ଅସହ୍ୟ ହୋଇଲେ

ଶାନ୍ତି ପଥ ଖୋଜୁଥିଵୁ।


ନିଶଦ୍ଦ ପଥର ନିଛାଟିଆ ଭୂଇଁ

ଅଟେ ମୋ ଶ୍ମଶାନ ମାଟି

ଶାନ୍ତିର ଶେଜରେ ଶୋଇଯିବୁ ତୁହି

ଭୂମିରେ ଯିବୁ ତୁ ଲୋଟି।


ସଭିଙ୍କ କର୍ମକୁ ମନେ ଯାଏ ଭୁଲି

ସହଜେ ଆପଣା କରେ

ବଡ଼ ହେଉ ସାନ ଘୃଣା ନାହିଁ ମନେ

ଅତିଥି ସତ୍କାର କରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍