ଶକୁନ୍ତଳା ଠାରୁ ଶୁଖିଲା ପତ୍ର ପର୍ଯ
ଶକୁନ୍ତଳା ଠାରୁ ଶୁଖିଲା ପତ୍ର ପର୍ଯ
ବିଳମ୍ବିତ ରାତି
ଅଳସେ ଘୁମାଏ
ବିହଙ୍ଗ ଦମ୍ପତି
ଵୃକ୍ଷ ଶାଖେ,
ଗ୍ରୀବା ମୋଡି ପକ୍ଷ ତଳେ
ଚାପି ବଦନକୁ,
ଦାରୁଣ ଏ ଶୀତର ସଂତାପେ
କାଟଂତି ଜୀବନ,
ସାଥିଟିର ଉଷୁମ ପରଶେ
ପ୍ରେମର ଭରସେ ।
ଥପ ଥପ କାକରର ବୁଂଦା
ବୃକ୍ଷର ପତରୁ,
ଝରି ଯାଏ ଅବା
ଅପର୍ଯାପ୍ତ ଲୁହ,
ବିରହିଣୀ ନୟନ କୋଣରୁ
ଚିବୁକକୁ ଡେଇଁ
ତୃଷିତା ଓଠର
ସରହଦ ଛୁଇଁ ।
କ୍ଷଣେ କ୍ଷଣେ
ଶ୍ୱାନ ଶୃଗାଳର
ବିଖଣ୍ଡିତ ବିକଟାଳ ରଡି,
ପ୍ରଲମ୍ବିତ ନୀଶିଥିନୀ ବୁକେ,
ଭୀତି ସଂଚାର଼ଇ,
ନିଦ୍ରାଳୁ ମାନସେ, ।
ମିଟି ମିଟି ତାରା
ଅଳସୀ କୁଆଁରୀ,
ଈର୍ଷା ତୁରା ଅବା
ନିରିଜନ ଯାମେ,
ଅନୁଢା
ଅଭିସାରିକାର ଦୃଢ ସଂକଳ୍ପିତ,
ଶୈତ୍ୟ ଅପଘନେ,
ଉଷୁମ ପାର୍ବଣ
ଅଭିସାର ଦେଖି ।
ଅତିକ୍ରାଂତା ଋତୁ ମତୀ ରାତି,
ଭୃଣେ ଧରି
କଳଂକ ର ବୀଜ,
ଆସନ୍ନ ପ୍ରସବା
କୁଆଁରୀ ସକାଳ,
ପୂର୍ବା କାଶେ ନବାଗତ ରବି ।
ପୁଣି ଏକ ରାତି,
ଜାରଜ
ଖସ୍ ଖାସ୍ ପାଦ ଶବ୍ଦ କା ର,
ପେଚା ଟିଏ ଅଞାତ ବୃଖ୍ୟ ରୁ,
ରାବ଼ଇ କର୍କଶେ
କିଏ ଏଇ ନାରୀ ??
କେଶ ବାସ ଅସଂଭାଳ
ଟଳିତ ଅସଂଯୋତ ପଦ ପାତେ,
ହିଡେ ହିଡେ ବାଟ,
କିଆ ଗହିର କୁ
ପଦ ପାତେ
ନାହିଁ ତା ର ଦୃଢ ସଂକଳ୍ପ,
ଭୀତା ତ୍ରସ୍ତା
ଅଭିସାର ନା
ଆତ୍ମହତ୍ୟା ?
କୁଆଁ କୁଆଁ ଡାକ
କିଆ ବୁଦା ତଳୁ,
ଜୀବନ କୁ ଡରି,
ପଳାୟିତା କଳଂକିନୀ "ମାତା"
ଗତି ପଥ ତେଜି
ଜୀବନ ର ପଥୁ,
ମୃତ୍ୟୁ କୁଞେ ଅଭିସାର ରଚି,
ବୃଖ୍ୟ ଶାଖେ,
ମମତା ଯେଉଁଠି ଝରେ
ଶାଢୀ ର ପଣତେ
କିଆ ବୁଦା ମୂଳେ,
ପରିତ୍ୟକ୍ତା
ଶକୁନ୍ତଳା ଟିଏ ।
କୁଢ କୁଢ ସପନ
କର୍ଣ ମୁନୀ ଆଶ୍ରମ ଆକାଶେ,
ପରସ୍ତ ପରସ୍ତ ଇନ୍ଦ୍ର ଧନୁ ର ରଙ୍ଗ
କୁଆଁରୀ ଶକୁନ୍ତଳା ର
ଗୋଲାପୀ ଗଂଡେ ଓ
ଦୁଇ ଓଷ୍ଠାଧରେ,
କେବେ କେବେ ସେ ଆସିବ
ଦୁଷମନ୍ତ ?
ବପୁଷ୍ମଂତ ସୁଠାମ ଶରୀର,
ଚୁମି ଯିବ ମୁହୁର୍ମୁହୁ
ଅକ୍ଷତ ଯୌବନା
କୁଆଁରୀ ର ଲହୁଣୀ ଓଠରେ ?
ହେଲେ କର୍ଣ ମୁନୀ ଆଜି
ପକ୍ଷା ଘାତ ରୋଗୀ,
ଆଶ୍ରିତ ସେ
ପର କୃପା ବଦାନ୍ୟତା
ବାହୁ ଛାୟା ତଳେ,
ଭେଟି ଦିଏ ବରଷାର ଆଶେ,
ଅଖ୍ୟତ ଯୌବନା
ଶକୁନ୍ତଳା ସୁକୁମାରୀ କନ୍ୟା,
କାମୁକ ଇନ୍ଦ୍ରକୁ ।
ଆଶ୍ରମ ଆକାଶେ
ଆତ୍ମ ହତ୍ୟା କରଂତି
ଆଶା ର ଇଂଦ୍ର ଧନୁ ସବୁ,
ବଦାନ୍ୟତାର ବରଷା ବିଜୁଳି ର
ପ୍ରଚଣ୍ଡ ତୋଫାନେ,
ହୁଏତ
ଶକୁନ୍ତଳା ଶକୁନ୍ତଳା ନୁହେଁ,
ଶାଖା ଚ୍ୟୁତ,
ଶୁଖିଲା ପତ୍ରଟିଏ ।