ଶକୁନି
ଶକୁନି
ନାହାନ୍ତି ଆଜି ସେ କୌରବ ପାଣ୍ତବ
ନାହିଁ ସେ ରଥ ସାରଥି
ନାହିଁ ଆଜି ସେଇ କପଟର ପଶା
ନାହିଁ ସେ ସତୀ ଦ୍ରୌପଦୀ ।
କଳିଯୁଗେ କୁରୁକ୍ଷେତ୍ର ଏ ସଂସାର
ଭାଇ ଭାଇରେ ବିରୋଧି
ଗାଆଁ ଦାଣ୍ତ ଆଜି ପଶା ପାଲି ସମ
କ୍ରୋଧରେ ବସେ ଶକୁନି ।
ରକ୍ତ ଭିଜା କେଶ କ୍ଷଣକେ ଧୁଅନ୍ତି
ଦୁର୍ନିତୀଟା ପଶା କାଠି
କେତେ ଦିନ ମନ ପାରିବୁରେ ତୁହିଁ
ନୀରିହ ଜନତା ଠକି ।
ଶକୁନିର ଲକ୍ଷ୍ୟ ସରିଗଲା ପରେ
ଭୂମିପରେ ଯିବୁ ଟଳି
ଆହୁ ପାଇବୁନି ଅମୂଲ୍ଯ ଜୀବନ
ଯେତେ ତୁ କରିଲେ ଅଳି ।
ଅଧର୍ମ କବଚ ଯେତେ ଶକ୍ତିଶାଳି
ଧର୍ମ ଦିନେ ଦେବ ଭେଦି
କପଟର ଏଇ ପଶାପାଲି ମଧ୍ଯେ
ଶକୁନି ନେବୁ ସମାଧି ।
