ଶିଶୁ
ଶିଶୁ
କୋମଳ ସୁନ୍ଦର ଶିଶୁ ସୁକୁମାର
ଶିଶୁ ଅମୃତର କଣ
ଶିଶୁ ତାରାଫୁଲ ସରଗ ଆଶୀଷ
ଶିଶୁ ସ୍ୱୟଂ ଭଗବାନ ।
ସରସ କୈ।ତୁକ ଶିଶୁ ମୁହଁ ହସ
ଚନ୍ଦନ ଶୀତଳ ସମ
ପ୍ରାଣକୁ କରଇ ଆନନ୍ଦ ଉତ୍ଫୁଲ୍ଲ
ସୁଖେ କଟେ ଦୁଃଖ ଦିନ ।
ଶିଶୁର ଦରୋଟି ଗୁଲୁଗୁଲୁ କଥା
ପେଟ ଆଣ୍ଠୁ ଭାରେ ଠିଆ
ଚାଲି ଠୁକୁଠୁକୁ ବେଶ ମନୋହର
କୋଳ ଶିଶୁ ମନଲୋଭା ।
ମଣିଷ ଜୀବନେ ସେନେହ ମମତା
ଶିଶୁ ସୁଦୃଢ ବନ୍ଧନ
ସୁମହତ କାର୍ଯ୍ୟ ଲାଳନ ପାଳନ
ଶିଶୁ ସୁଖ ବର୍ତ୍ତମାନ ।
ଶିଶୁ ନିରାପତ୍ତା ଶିଶୁର ଚିକିତ୍ସା
ଖାଦ୍ୟ ପେୟ ଉପଯୁକ୍ତ
ସବୁ ମାତାପିତା ଲୋଡ଼ନ୍ତି ସଂସାରେ
ହେଉ ସୁବ୍ୟବସ୍ଥା ପ୍ରାପ୍ତ ।
ଶିଶୁ ଭବିଷ୍ୟତ ଦେଶ ଓ ଜାତିର
ଶୈଶବ ଲୋଡ଼େ ପ୍ରଯତ୍ନ
ସୁସଭ୍ୟ ସମ୍ପନ୍ନ ସମାଜେ ସମ୍ଭବେ
କନ୍ୟା ରତ୍ନ ସୁସନ୍ତାନ ।
