STORYMIRROR

Priyaranjan Biswal

Children Stories Others

4  

Priyaranjan Biswal

Children Stories Others

ଶିଶୁ ସମାଜ

ଶିଶୁ ସମାଜ

1 min
23K


ପ୍ରଦୀପରେ ଯଦି ନଥାଏ ସଳିତା

ତମସା ଦୂରସେ କରେନା।

ମୁକ୍ତ ଆକାଶରେ ସୂର୍ଯ୍ଯ ନଉଇଁଲେ

ପ୍ରଭାତ କେବେବି ଆସେନା।।


ରବି କିରଣରେ ଶିଶିର ଚମକେ

ଲାଗେ ହସୁଅଛି କନକ।

କଢ ଫୁଟିଗଲେ ବିଚ୍ଛୁରିତ ହୁଏ

ସୁମନର ମିଠା ମହକ।।


ପାଇବାକୁ ବୃକ୍ଷ ଫୁଲ ଫଳ ଛାଇ

ଇଛା ଅଛି ଯେବେ ତୁମର।

ଚାରାକୁ କରିଣ ମାଟିରେ ରୋପଣ

ଦିଅ ପାଣି ଓ ଖତ ସାର।।


ଗଢିବାକୁ ସ୍ୱପ୍ନ ଦେଖିଅଛ ଯେବେ

ଉନ୍ନତ ସଶକ୍ତ ରାଷ୍ଟ୍ରର।

ଶିଶୁକୁ ଶିଖାଅ ଆଚାର ବ୍ଯଭାର

ଭଲ କରି ଗଢ ତା' ଚରିତ୍ର।।


ଆଜି ଯିଏ ଶିଶୁ, କାଲି ନାଗରିକ

ଗଢିବ ସେ ଏହି ଦେଶକୁ।

ରାଷ୍ଟ୍ର ପାଇଁ ଯେ ଲୋଡା ସୁନାଗରିକ

ସେଥିପାଇଁ ଗଢ ଶିଶୁକୁ।।


ଗଡ଼ିବାକୁ ସୁସ୍ଥ ସମାଜ ଶିଶୁର

ଲୋଡା ଟିକେ ଭିନ୍ନ ପ୍ରୟାସ।

ସେହି ପ୍ରୟାସକୁ ଆରମ୍ଭିବା ପାଇଁ

ଲୋଡା ମନେ ଟିକେ ସାହସ।।


ସହସର ସହ ଆଗକୁ ବଢିଲେ

ସଫଳତା ନିଶ୍ଚେ ମିଳିବ।

ଦେଶ ମାତୃକାର ସାମ୍ପ୍ରତିକ ସ୍ଥିତି

ଏକଦା ନିଶ୍ଚେ ବଦଳିବ।।


ଶିଶୁକୁ ମିଳିଲେ ଉଚିତ ସଂସ୍କାର

ରାଷ୍ଟ୍ରର ହେବ ଉପକାର।

ଗାନ୍ଧୀଙ୍କର ସ୍ୱପ୍ନ ହୋଇବ ସାକାର

ଭାରତ ମୋ ହେବ ସୁନାର।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍