STORYMIRROR

subrat kumar jena

Others

3  

subrat kumar jena

Others

ଶିଶୁ ମୁଁ କାଲିର ଭବିଷ୍ୟତ

ଶିଶୁ ମୁଁ କାଲିର ଭବିଷ୍ୟତ

1 min
314

ଛୋଟ କଢି ଭାବି ମୋତେ ପାଦରେ ଦଳି ଦିଅନି

ମୋତେ ବି ବଞ୍ଚିବାର ଅଧିକାର ଦିଅ କିଛି ସ୍ନେହର ପରଶ ବି ଦିଅ

ମାଆର ସଂକ୍ଷିପ୍ତ କାନିର ଉହାଡରେ

ମୋତେ ଟିକେ ଶାନ୍ତିରେ ନିଶ୍ୱାସ ନେବାକୁ ଦିଅ

ବୋଝ ବୋଲି ଭାବି ଯଦି ତୁମେ ନିଜ ଦାୟିତ୍ୱକୁ ଭୁଲି ଯାଅ

ବେଦ ଅଶୁଦ୍ଧ ହୋଇଯିବନି କି ନୂଆ ଗୋଟେ କାହାଣୀ ଲେଖା ହେବନି

ହଁ ନିଶ୍ଚିତ ଗୋଟେ ଭୁଲ ବାର୍ତା ଜିବ ପରବର୍ତୀ ପିଢ଼ି ଲାଗି

ଯଦି କର୍ତବ୍ୟ ପ୍ରତି ଏତେ ବିମୁଖ

ତେବେ ତୁମମାନଙ୍କୁ ଭବିବାର ଥିଲା ଢେର ଦିନ ଆଗରୁ

ଆଉ ଆଜି ଶେଷ ମୁହୂର୍ତରେ ସବୁ ସରିଗଲା ପରେ

ମୁଁ ନୂଆ ପୃଥିବୀକୁ ଦେଖିବାର କିଛି କ୍ଷଣ ଆଗରୁ

ଯଦି ବଦଳି ଯାଅ ତୁମେ ଆଉ ତୁମ ନିଷ୍ପତ୍ତି

ତେବେ ମୋର ବା ଦୋଷ ରହିଲା କେଉଁଠି

ତୁମେ ଭଲପାଇଲ ତୁମେ ପ୍ରାଣୟରେ ଲିପ୍ତ ହେଲ

ଆଉ ତାପରେ ଭଲପାଇବାର ଫୁଲକୁ ଫୁଟିବା ପୂର୍ବରୁ

ଦଳି ମକଚି ଦେବା ଭଳି ହୀନ ପ୍ରୟାସ

ଏ କଣ ତୁମର ପୁରୁଷ ପଣିଆ ,ତୁମର ପୁରୁଷାର୍ଥ

ଥରେ ଭାବି ଦେଖାତ ?

ତୁମର ଜନ୍ମ ପୂର୍ବରୁ ଯଦି ତୁମକୁ ସାମ୍ନା କରିବାକୁ ପଡ଼ିଥାନ୍ତା

ମୋ ଭଳି ଦୃଶ୍ୟ କଣ ହୋଇଥାନ୍ତା ସେ ଦୃଶ୍ୟାନ୍ତର

ଏମିତି ଭାବିଲେ ଏ ମନୁଷ୍ୟ ଜାତିର ଅଗ୍ରଗତି ହୋଇପାରିନଥାନ୍ତା

କାହିଁ ଏପରି ତ ହୁଏନି ପଶୁ ପକ୍ଷୀଙ୍କ ପାଖରେ

ନା ସେମାନେ ବୁଝାନ୍ତିନି ଅଣ୍ଡିରା ଆଉ ମାଇ ମଧ୍ୟରେ ଫରକ

ତେବେ ଯଦି ବୁଝିଛନ୍ତି ,ସେମାନେ ତ କରୁନାହାନ୍ତି ଭୃଣ ହତ୍ୟା

ଆଉ ମଣିଷ ସମାଜ ପରି ଝିଅଙ୍କ ଉପରେ ଅତ୍ୟାଚାର

ପୁଅଙ୍କୁ ଦେଇ ଦିଅନ୍ତେ ଲଗାମ ସାମ୍ରାଜ୍ୟ ଅଧିକାର ପାଇଁ

ତାହେଲେ ତୁମେ ବୁଝ ଆଉ ଅନ୍ୟକୁ ବୁଝାଅ

ନିଜେ ବଂଚିବା ସହ ଅନ୍ୟକୁ ବଞ୍ଚିବାକୁ ଦିଅ

ଶିଶୁଙ୍କୁ ବଢିବାକୁ ଦିଅ ପ୍ରେମ ,ଆଦର ଆଉ ଯତ୍ନବାନ ହୋଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍