ଶିଶିର ସାରସ
ଶିଶିର ସାରସ
କ୍ରମେ ଏ ଧରାରେ ଋତୁ ଆବର୍ତ୍ତନେ
ପ୍ରବେଶେ ଶିଶିର ଶୀତାଭ ଅୟନେ ॥
ଥର ଥର କଂଫ କାତର ଅଥୟ
ଜନ ମନ ହୁଏ ବିଷଣ୍ଣ ଅଥୟ ॥୧
କାର୍ତ୍ତିକ ଓ ମାର୍ଗ ଶିର ମାସ ବେନି
ଶିଶିର ପଡଇ ଯେଣୁ କି ରଜନୀ ॥
ହେମନ୍ତ ଋତୁ ନାମକୁ ସେ ଘେନି
ହିମେ ଆଚ୍ଛାଦିତ ଯେଣୁ ମେଦିନୀ ॥୨
ହିମେ କାର୍ତ୍ତିକ ମାର୍ଗଶିର ମାସରେ
ଶିଶିର ପଡଇ ଯେଣୁ ରଜନୀରେ ॥
ହିମମୟ ପରିବେଶ ଏ ଋଚିର
ହେମନ୍ତ ଋତୁ ନାମ ରେ ଚରାଚର ॥୩
ଅବିହିତ ହୋଇ କବି ଲେଖନୀରେ
ଅଭିନବ ଭାବ ନିତି ଲାଭକରେ ॥
ଆତପ ଉତ୍ତାପ ନ ଲାଗଇ ତାପ
କ୍ରମେ ଧୀରେ ଘୋଟେ ଶୀତର ପ୍ରତାପ ॥୪
ରଜନୀରେ ନଭେ ଶୋଭେ ମନୋରମ
ତାରକା ଖଚିତ ଶୀତାଂଶୁ କିରଣ ॥
ପ୍ରତି ପ୍ରଭାତରେ କୁହୁଡି ପାତରେ
ଦଶ ଦିଶ ଭରି ଥାଏ ଅନ୍ଧକାରେ ॥୫
ନାନା ଜାତି ଫୁଲଫଳ ସୁରଭିରେ
ଦଶଦିଶ ପୂରି ଉଠେ ଆମୋଦରେ ॥
ହସେ ଶସ୍ୟ କ୍ଷେତେ ପକ୍ୱ ‐ଶସ୍ୟାବଳୀ
କୃଷି‐ଜୀବି ମନେ ଆନନ୍ଦ‐ଲହରୀ ॥୬
କାଶତଣ୍ତୀ ‐ମଣ୍ତି ହୋଇ ଅବନୀରେ
ଶୋଭେ କିବା ଚାରୁ ଧବଳ‐ଚାମରେ ॥
ଶିଶିରର ବନ୍ଦାପନା କାମ ଲାଗି
ମନୋଜ୍ଞ ଆଲଟ ଚାଳୁ ଅଛି ଉର୍ବି ॥୭
ମନ୍ଦ ବାତେ ତାହା ଯେ ତୁହାକୁ ତୁହା
ହଲି ହଲି ଧରେ ବର୍ଣ୍ଣୋଜ୍ୱଳ ଶୋଭା ॥
କାସାରେ ଶୋଭନ୍ତି କୁମୁଦ କମଳ
ଅଙ୍କେ ଘେନି ଚାରୁ ଶିଶିର ପଟଳ ॥୮
ସ୍ନିଗ୍ଧ ସୌର କରେ ମଣି‐ମୁକ୍ତା‐କାନ୍ତି
ନିନ୍ଦି ନିମିଷକେ ଉଭେଇ ଯାଆନ୍ତି ॥
ତୁହୀନ‐ପୂର୍ଣ୍ଣ‐ପର୍ଣ୍ଣ‐ପାଦପ‐ରାଜି
ଶୋଭି ମନୋଜ୍ଞ ‐ବେଶ‐ମାଧୁରୀ ଲଭି ॥୯
ଶୀତଳ ସମୀର ମଧୁ ‐ଗୁଂଜରଣେ
ସଂଚାରେ ଯନ୍ତ୍ରଣା ପ୍ରାଣୀଙ୍କ ପରାଣେ ॥
ହେଲେହେଁ ଶିଶିର ଅଭିନବ ବେଶେ
ସଜାଏ କ୍ଷଣକେ ପ୍ରକୂତି ‐ପରଶେ ॥୧୦
ହୋଇ ଉଠେ ଯହିଁ ଦିବ୍ୟ‐ଦ୍ୟୁତି‐ମୟୀ
ନିସର୍ଗ ସୁଷମା‐ନିରାଜନା ପାଇଁ ॥
ସର୍ଜଇ ବିପୁଳ ଶୋଭାର ସଂଭାର
ବର୍ଣ୍ଣୋଜ୍ୱଳ‐ମୟୀ ‐ପ୍ରକୃତି‐ଭଣ୍ତାର ॥୧୧
