STORYMIRROR

Bunee Tripathy

Others

4  

Bunee Tripathy

Others

ଶିଳ୍ପୀର ଅମର କୃତି

ଶିଳ୍ପୀର ଅମର କୃତି

1 min
471


ହସୁଛି କୋଣାର୍କ ଆଲୋକମାଳାରେ

   ଶୁଭୁଛି ନୂପୁର ଶବ୍ଦ

ନଟନଟୀଙ୍କର ନୃତ୍ଯର ଭଙ୍ଗିରେ

   କମ୍ପିଉଠେ ବାଦ୍ଯନାଦ।


ଭଗ୍ନ ଶିଳାସ୍ତରେ ବିକ୍ଷିପ୍ତ ପରାଏ

   ଅସ୍ତବ୍ଯସ୍ତ ଶିଳାଖଣ୍ଡ

କାନ୍ଦୁଛି ମଉନେ ଭଗ୍ନ ଅବୟବେ

   ନିନ୍ଦୁଛି ଭାଗ୍ଯକୁ ତବ।


ଦିନେ ଥିଲା ସବୁ ଭରି ତାର ପାଶେ

   ଆଜି କିନ୍ତୁ ନିସ୍ବ ସିଏ

ସୌନ୍ଦର୍ଯ୍ୟ ସୁରଭି ଉପମା ତେଜସ୍ଵୀ

  ଅଙ୍ଗେ ଅଙ୍ଗେ ଭରିଦିଏ।


ଗଢିଥିଲା ଶିଳ୍ପୀ ମାନସ ନାୟିକା

  କଳ୍ପନା ଚାତୁରୀ ଭରା

ନୟନର କୋଣେ ମାଦକ ଚାହାଣି

  ଖେଳାଇ ଥିଲାସେ ପରା।


ଭରିଦେଇଥିଲା ତନୁରେ ମୋହର

  ଯଉବନ ଯଉଘର

ପୁରୁଷର ଆଖି ଲାଖି ରହିଥିଲା

  ଜଳିଲା କାମନା ତାର।


କଳା ମେଘ ସମ ଚୁର୍ଣ୍ଣ କୁନ୍ତଳ ଯେ

  ଲମ୍ବିଥିଲା କଟି ଯାଏଁ

ଗଜରା ଫୁଲରେ ମଣ୍ଡିଥିଲା ମୋର

   ଗଭାକୁ ସଜେଇ ଦିଏ।


ଅଧରରେ ମୋର ମାଧୂରିମା ଭରା

  ହସ ଯେ ଭରିଲା ପୁଣି

ଧାରେ ହସ ତଳେ ଝରିପଡୁଥିଲା

   ହୃଦୟ ନିଏସେ କିଣି।


ବକ୍ଷୋଜ ଦୁଇଟି ଉଚ୍ଚ ପରବତ

   ଆଖି ଯାଉଥିଲା ଲାଖି

ନୃତ୍ଯର ତାଳରେ ନୃତ୍ୟ କରୁଥିଲା

  ଛନ୍ଦକୁ ତାଳରେ ରଖି।


କଟିଟି ମୋହର ସରୁ କରି ଶିଳ୍ପୀ

   ତନୁପାତଳୀ ଗଢିଛି

କଟିରେ ଦେଇଛି କିଙ୍କିଣି ତ ବାନ୍ଧି

   ନୃତ୍ଯରତା ସେ ସାଜିଛି।


ଷୋଡଶୀ ରୂପଶୀ ନୃତ୍ଯ ଭଙ୍ଗିଦେଇ

  ଗଢିଛି ଉତ୍କଳେ ସେହି

କଳାର ପୂଜାରୀ ଉତ୍କର୍ଷ କଳାକୁ

   ମନ୍ଦିର କାନ୍ଥରେ ଦେଇ।


ମୋ ମାଟି ଆଜିତ ମନେ ପକାଉଛି

  ମୋର ନୃତ୍ୟ ଛନ୍ଦ ଗୀତ

ମୋ ଶିଳ୍ପୀର କଳା ପ୍ରଚାରିତ ଆଜି

  ଦେଶ ବିଦେଶେ ବନ୍ଦିତ।


ଭଗ୍ନ ସ୍ତୁପେ ଆଜି ନୀରବେ ବଞ୍ଚିଛି

   ଦେଖୁଅଛି କଳାକୃତି

ଆନତ ବଦନେ ଝରାଉଛି ଲୁହ

   ଶିଳ୍ପୀର ଅମର କୃତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍