Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Others

3  

Prajna Paramita Mohanty

Others

ଶିଳାଦିତ୍ୟର ଶିଳାଲିପି

ଶିଳାଦିତ୍ୟର ଶିଳାଲିପି

1 min
76


ଏକ ଅନ୍ଵେଷଣର ଅଭିଯାନେ ବାହାରିଥିଲି ମୁଁ

  ଇତିହାସର ପର୍ଯ୍ୟାୟରୁ କାଢିବା ପାଇଁ ନିର୍ଯ୍ୟାସ |

କାରକ- କ୍ରିୟାଶୀଳରୁ କ୍ରିୟାହୀନ, ଜୀବରୁ ଜୀବାଶ୍ମ |


ସଙ୍ଗୃହୀତ ଥିଲା ଯହିଁ ଅନେକ ମୂଲ୍ୟବାନ ଦ୍ରବ୍ୟ,

         ରମ୍ୟ, କ୍ଷୁଦ୍ର, ବିଶାଳ ଆଉ ଭବ୍ୟ |


ପରଖିଲି ବସ୍ତୁସବୁ ସ୍ପର୍ଶପ୍ରାୟ; ଆକଳିଲି ମୂଲ୍ୟ ଯାହା

  ପୁନରୁଦ୍ଧାରରୁ ପୁନଃପ୍ରକାଶ ଯାଏ,

  ପ୍ରସବରୁ-ପ୍ରଚାରପ୍ରସାର ପ୍ରାୟେ |


ପ୍ରକାର- ବିରଳରୁ ବହୁଳ, କେବଳରୁ ପ୍ରବଳ |

    ବିମର୍ଷରୁ ବିକାଶ, ବିଷୟରୁ ବିସ୍ମୟ |


ଲୋଡା ଯାହା ଉନ୍ମୋଚନ ବା ପରିପ୍ରକାଶ,

ଆବିଷ୍କାରମୁଖୀ ସମ୍ଭାବନାର ପର୍ଯ୍ୟାୟକ୍ରମ

    ଏକ ଅନାହତ ଉପଲବ୍ଧି କ୍ରିୟାସମ |


ଐତିହାସିକ ବା ପ୍ରତ୍ନତତ୍ତ୍ଵବିଦଙ୍କ ମତରେ ଯାହା (ବୋଧ ହୁଏ), 

     "ଶିଳାଦିତ୍ୟର ଶିଳାଲିପି",

  ବ୍ରାହ୍ମୀ-ପ୍ରାକୃତ-ମାଗଧ...... ବା ଅନ୍ୟରୂପୀ

  ଭାଷା ମଧ୍ୟେ କି ସଙ୍କେତ ଅଛି ଛପି ?

  ବୋଧ୍ୟ, ଦୁର୍ବୋଧ୍ୟ ପୁନଶ୍ଚ-ତଥାପି |



Rate this content
Log in