STORYMIRROR

Prafulla Kumar Tripathy

Others

4  

Prafulla Kumar Tripathy

Others

ଶିଳ

ଶିଳ

1 min
623

କେତେ ସେ ବାଟିଛି

ଆମ ସୁଖ ଦୁଃଖ

ନ ପାରଈ କିଛି କହି

ସେପରା ପଥର

କି ଦେବ ଉତର

ଛାତି ପାତିଯାଏ ସହି '

ସୁଖ ନାହିଁ ତାର

ପାଷାଣ ପରାଣ ପାଇଁ

ରକତ ମାସଂ ଗଢା

ଆମରି ଶରୀର

ସଦା ଲହଡି ମାରଇା

ଏ ସଂସାର ଦୁଃଖ

ଏସଂସାର ସୁଖ

ରହିଛି ରହିବା ପାଇଁା

ସଂସାର ଭିତରେ

ବଂଚିବାକୁ ହେଲେ

ପଥର ପଡିଲେ ସହିାା




Rate this content
Log in