STORYMIRROR

Padmalaya Mishra

Others

2  

Padmalaya Mishra

Others

ଶିକୁଳି

ଶିକୁଳି

1 min
14.1K


ଆଲିଙ୍ଗନ କର ତୁମେ

ଫିଟୁ ଏ ସଂସାର ଶିକୁଳି

ଶରୀରର ବନ୍ଧନରୁ ମୁକୁଳି

ଆତ୍ମା ଲୀନ ହେଉ ପ୍ରଭୁ ପାଦେ

ପଞ୍ଚଭୂତର ଶରୀର ପଞ୍ଚଭୂତରେ ମିଶୁ ।

ଅସହ୍ୟ ହେଲାଣି କଣ୍ଟକିତ ଚଲାପଥ

ମିଛ ମାୟା ଛଳନା ସାଗରେ

ଆସିଲାଣି ସୁନାମୀ

ବିନାଶ କରିବ ନିଶ୍ଚିତ

ତୁମେ ଚିରସତ୍ୟ

ନାହିଁ ତୁମ ଠାରେ ଛଳନାର ଖିଅ

ତେଣୁ ତୁମେ ହିଁ ଆପଣାଅ ମତେ

ଶୋଇଯାଏ ମୁଁ ଶାନ୍ତିରେ ଚିରନିଦ୍ରାରେ

ବନ୍ଧୁ ପରିଜନ ବୋହିନିଅନ୍ତୁ

ଏ ପାର୍ଥିବ ଶରୀର ସ୍ଵର୍ଗଦ୍ଵାର

ହୋଇଯାଏ ମୁଠାଏ ପାଉଁଶ

ଲୋପ ପାଉ ଏ ମିଛ ଆବରଣ

ରଖି ପାରିବ ତ ମୃତ୍ୟୁ ଏତିକି ଅନୁରୋଧ

କରିବ ତ ମତେ ଆଲିଙ୍ଗନ ??


ପଦ୍ମାଳୟା


Rate this content
Log in