ଶିକ୍ଷକ
ଶିକ୍ଷକ
ନାଇଁଦେଖତ୍ କିଛି ଯାଏତ୍,ପାଏତ୍
ନାଇଁ କରତ୍ କାହାକେ ହକାର୍,ଛିଦର୍,
ସବୁ ପିଲା,ଟୁକେଲ୍ ମାନଙ୍କୁ ସମାନେ ଦେଖସନ୍
ସେ ଆଏ ଶିକ୍ଷକ ଗୁରୁ ଆମର୍ ।
ସମ୍'କୁ ଗୁଟେ ଡୁରେ ବାନ୍ଧି ରଖିଥିସନ୍
ଦେଇକରି ମାଁ,ବାପା ଲେଖେ ସ୍ନେହ ମମତା,
ସବୁ ତାକତ୍ ନିଜର୍ ଝପେଇ ଦେଇଥିସନ୍
ଛାତ୍ର,ଛାତ୍ରୀ ହେବେ କହିକରି ଜଗତଜିତା l
ଦିହେଁ ନାଇଁ ଥିସି ଛନ କପଟ ତାଙ୍କର୍
ନାଇଁକରନ୍ କଳା, ଗୁରା ଭେଦ୍ ଭାବ୍,
ଦୁନିଆଁର୍ ଅସଲ୍ ଚେହେରା ଦେଖେଇ
ଛୁଆଁର୍ ବଦଲେଇ ଦେସନ୍ ସ୍ବାଭାବ୍ ।
ଅନ୍ଧାର୍ ଜୀବିନେ ଛୋଟ୍ ସଏଲତା ବନି
ଛାତ୍ର,ଛାତ୍ରୀରର ଭବିଷ୍ୟତ୍ କରସନ୍ ଉକିଆ,
ସେ ଆଉ କେହି ନୁହେ ଶିକ୍ଷକ ଆଏ
ସବକର୍ ଠାନୁ ଆଏତ୍ ସେ ବହୁତ୍ ବଢିଆ ।
ରଝୋ ରଝୋ ବର୍ଷା ହେଉକି
ବୈଷାଖ ମାସର୍ ତପ୍'ତି ଖରା,
ସବୁ ସହି,ଲହି ଇସ୍କୁଲ୍ ଆଇସନ୍ ଶିକ୍ଷକ୍
ଛୁଆମାନଙ୍କର୍ ଜୀବନ୍ ହେବାକହି ଛଏରା ।
ଶିକ୍ଷକ୍ ଆଏ ଜିଇଲା ମାହାପୁରୁ
ସବେ କର୍'ମା ତାହାକୁ ସମ୍ମାନ,
ତାକର୍ ବିନେ ସାରା ସଂସାର୍ ଅନ୍ଧାର୍
ହେଇଯିମା ସଭେ ହିନମାନ୍ ।
ଯାହି ଦେଖମା ମୁଡୁଆଁଟେ ମାରି
ହସିକରି ଦୁଇପଦ୍ କଥା ହେମା,
ହେଟାହି ହେବା ତାକର୍ ଗୁରୁ ଦକ୍ଷିଣା
ଆସ ମିଲିମିସି ସଭେ ଇ କଥାକେ ମାନ୍'ମା ।
