STORYMIRROR

Rama chandra Pradhan

Others

3  

Rama chandra Pradhan

Others

ଶିକ୍ଷକ

ଶିକ୍ଷକ

1 min
233

ବିଦ୍ୟା ମନ୍ଦିରର ଚଳନ୍ତି ଠାକୁର

   ଅଟନ୍ତି ଆମ ଶିକ୍ଷକ

ଅଜ୍ଞାନ ଅନ୍ଧାରେ ଜ୍ଞାନ ଦୀପ ଜାଳି 

   ସାଜନ୍ତି ମାର୍ଗ ଦର୍ଶକ l


ସଂସ୍କାର ସଂସ୍କୃତି ଶିଷ୍ଟାଚାର ଗୁଣେ 

  ହୋଇଥାଏ ତାଙ୍କ ଜୟ 

ସମାଜର ହିତ ସାଧନ ନିମନ୍ତେ 

   ରଖିଥାନ୍ତି ସଦା ଲୟ l


ଶିକ୍ଷା ଦୀକ୍ଷା ଦେଇ ଶିଷ୍ୟ ସେ ଗଢ଼ନ୍ତି 

   ଦେଶର ଭବିଷ୍ୟ ପାଇଁ 

ତାଙ୍କ ଆଶୀର୍ବାଦେ ବିଜୟ ନିଶ୍ଚିତ 

  ହାରିବାର ଭୟ ନାଇଁ l


ଶିକ୍ଷକ ଅଟନ୍ତି ଅସତ୍ୟ ଅନ୍ଧାରେ 

  ଜ୍ଞାନଦାତା ଭଗବାନ 

ତାଙ୍କ ବ୍ୟକ୍ତିତ୍ୱର ଉଜ୍ୱଳ ଚମକ 

   ରହିଥାଏ ଅମଳିନ l


ଭାବ ବିଚାରରେ ସର୍ବଶ୍ରେଷ୍ଠ ସିଏ 

    ଆଦର୍ଶର ଅବତାର 

ହେ ଚିର ନମସ୍ୟ ଶିକ୍ଷକ ସମାଜ 

   ଘେନ ମୋର ନମସ୍କାର l



Rate this content
Log in