STORYMIRROR

କଳ୍ପନା ରାୟ

Others

4  

କଳ୍ପନା ରାୟ

Others

ଶିକ୍ଷକ

ଶିକ୍ଷକ

1 min
243


କଞ୍ଚାମାଟି ଚକୁଟି ରୂପ ଦେଇଥାଏ

ସମାଜ ମଙ୍ଗଳ ପାଇଁ

ପ୍ରଭାତୀ ତାରା ବି ରଙ୍ଗ ନାଇଥାଏ

ଅନ୍ଧାରେ ଯାଏ ଚହଟି

ଧନୀ ଗରିବ ଭେଦନାହିଁ

ପଳାଶ ହୋଇ ବି ତା ରୂପ ପ୍ରକାଶେ

ଔଷଧ ଭେଦରେ ସେହି


ଯୁଗେ ଯୁଗେ ଗୁରୁ ଶିଷ୍ୟ ପରମ୍ପରା

ପୂଜା ପାଇଛି ଧରାପୃଷ୍ଠରେ

ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦିପନୀ ପରା

ବିଶ୍ଵାମିତ୍ରଠୁ ଶିକ୍ଷା ରାମରେ

ଗୁରୁବିନା କ'ଣ କିଛି ହୁଏ ରେ

ଅବଧୂତଙ୍କର ଚବିଶ ଗୁରୁ ଆହାଃ

ଵ୍ୟେଶ୍ୟା ବି ଥିଲା ତହିଁରେ


ପିତାମାତା ଅଟେ ଚଳନ୍ତି ପ୍ରତିମା

ଗୁରୁ ଆଲୋକର ଧାରା

ଜ୍ଞାନାଲୋକେ ଗୁରୁ ଦୂରକରେ ସୀମା

ଦେଖେ ଵିଶ୍ୱବ୍ରହ୍ମାଣ୍ଡକୁ ସାରା

ଦୁଃଖରେ ହୁଏନି ଅଧିରା

ଆବର୍ଜନା ସଫାକରି ରଖେ ପରମ୍ପରା

ହୁଏ ମଣିଷ, ସ୍ନେହର ପସରା


ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ଗୁରୁ ହିଁ ଶ୍ରେଷ୍ଠ

ଏକଥା ମାନିଵ ମଣିଷଠୁ ପାପୀଷ୍ଠ

ତଥାପି ଆଜିର ସମାଜରେ ଶିକ୍ଷକତା କଷ୍ଟ

ବାପାମାଆ ଭାବନ୍ତି ନିଜକୁ ଇଷ୍ଟ

ଶିକ୍ଷକ ପୋଛେ ଯନ୍ତ୍ରଣାର ଲୁହ

ତାର ଲୋଡା ଶିଷ୍ୟ ଆଉ ଜଗା ବଡ଼ଦାଣ୍ଡ

ହୃଦୟକୁ ଚାପିରଖି ଦିଏ ଜ୍ଞାନ ମନ୍ତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ