ଶିକ୍ଷକ
ଶିକ୍ଷକ
କଞ୍ଚାମାଟି ଚକୁଟି ରୂପ ଦେଇଥାଏ
ସମାଜ ମଙ୍ଗଳ ପାଇଁ
ପ୍ରଭାତୀ ତାରା ବି ରଙ୍ଗ ନାଇଥାଏ
ଅନ୍ଧାରେ ଯାଏ ଚହଟି
ଧନୀ ଗରିବ ଭେଦନାହିଁ
ପଳାଶ ହୋଇ ବି ତା ରୂପ ପ୍ରକାଶେ
ଔଷଧ ଭେଦରେ ସେହି
ଯୁଗେ ଯୁଗେ ଗୁରୁ ଶିଷ୍ୟ ପରମ୍ପରା
ପୂଜା ପାଇଛି ଧରାପୃଷ୍ଠରେ
ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦିପନୀ ପରା
ବିଶ୍ଵାମିତ୍ରଠୁ ଶିକ୍ଷା ରାମରେ
ଗୁରୁବିନା କ'ଣ କିଛି ହୁଏ ରେ
ଅବଧୂତଙ୍କର ଚବିଶ ଗୁରୁ ଆହାଃ
ଵ୍ୟେଶ୍ୟା ବି ଥିଲା ତହିଁରେ
ପିତାମାତା ଅଟେ ଚଳନ୍ତି ପ୍ରତିମା
ଗୁରୁ ଆଲୋକର ଧାରା
ଜ୍ଞାନାଲୋକେ ଗୁରୁ ଦୂରକରେ ସୀମା
ଦେଖେ ଵିଶ୍ୱବ୍ରହ୍ମାଣ୍ଡକୁ ସାରା
ଦୁଃଖରେ ହୁଏନି ଅଧିରା
ଆବର୍ଜନା ସଫାକରି ରଖେ ପରମ୍ପରା
ହୁଏ ମଣିଷ, ସ୍ନେହର ପସରା
ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ଗୁରୁ ହିଁ ଶ୍ରେଷ୍ଠ
ଏକଥା ମାନିଵ ମଣିଷଠୁ ପାପୀଷ୍ଠ
ତଥାପି ଆଜିର ସମାଜରେ ଶିକ୍ଷକତା କଷ୍ଟ
ବାପାମାଆ ଭାବନ୍ତି ନିଜକୁ ଇଷ୍ଟ
ଶିକ୍ଷକ ପୋଛେ ଯନ୍ତ୍ରଣାର ଲୁହ
ତାର ଲୋଡା ଶିଷ୍ୟ ଆଉ ଜଗା ବଡ଼ଦାଣ୍ଡ
ହୃଦୟକୁ ଚାପିରଖି ଦିଏ ଜ୍ଞାନ ମନ୍ତ୍ର
