Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

ଶିକ୍ଷାର ମୂଲ୍ୟ

ଶିକ୍ଷାର ମୂଲ୍ୟ

1 min
112


ମୋତେ ପାଇ ଖୁସି ଯେତେ ଜ୍ଞାନୀ ଗୁଣୀ

ପରିଚୟ ଦିଏ ମୁହିଁ

ନଥାଏ ଯା' ପାଶେ ମୂର୍ଖ ତାକୁ ଭାଷେ

ସଭାରେ ଅଲୋଡ଼ା ସେହି ।


ମୋତେ ଦେଇ ଦାନ ହୁଅନ୍ତି ମହାନ

ସଭିଏଁ ଭାଷନ୍ତି ଗୁରୁ

ଦେଖି ଦେଲେ କେହି ଗୁରୁ ବୋଲି କହି

ସମ୍ମାନ ଜଣାନ୍ତି ଦୂରୁ ।


ଧନ ଦେଇ କେହି କିଣି ନ ପାରଇ

ଅଭ୍ୟାସରେ ମିଳେ ସିଦ୍ଧି

ଗୁରୁଙ୍କ ଚରଣେ ଭକତି ବଳରେ

ମିଳିଥାଏ ଯଥାବିଧି ।


ରାଜା ପାଏ ପୂଜା ଉଡଇ ତା ଧ୍ବଜା

ଆପଣା ରାଇଜେ ଜାଣ

ମୁଁ ଥିଲେ ସାଥିରେ ଦେଶ ବିଦେଶରେ

ଯଶ ଲଭେ ଗୁଣି ଜନ ।


ନୁହେଁ ମୁହିଁ ପଣ୍ୟ ଜାଗହେ ବରେଣ୍ଯ

ତଉଲନା ମୋତେ କେହି

ଥିଲେ ତୁମ ନିଷ୍ଠା ଅନନ୍ତ ସାଧନା

ଖୁସି ହେବ ମୋତେ ପାଇ ।


Rate this content
Log in