STORYMIRROR

Baman Chandra Dixit

Others

5.0  

Baman Chandra Dixit

Others

ଶୀତୁଆ ସପନ

ଶୀତୁଆ ସପନ

1 min
270



ବାମନ ଚନ୍ଦ୍ର ଦୀକ୍ଷିତ।


ଶୀତୁଆ ସପନ ଗୋପନ ବାରତା

କାନେ କାନେ କହିଗଲ

ସାତ ଜନମର ସାଥି ହେବ ବୋଲି

କଥା ଦେଇ ଚାଲି ଗଲ

କେରା କେରା ଚୋରା ଚାହାଣି ଖେଳେଇ

ମନ ମୋ ଚୋରେଇ ନେଲ।।


ନିଝୁମ ରାତିର ନିବିଡ଼ ବନ୍ଧନେ

ତନ୍ଦ୍ରା କୁ ଆଉଁସି ଦେଇ

ଅଳପ ହସରେ ଅନେକ ଆଶା ର

ପୀୟୂଷ ପରସି ଦେଇ

ଛୁଇଁବା ଆଗରୁ ଲାଜକୁଳୀ ଲତା

ଲାଜେଇ ଝାଉଁଳି ଗଲ।।


ଶୀତୁଆ ଶୀତୁଆ କୋହଲା ପାପୁଲି

ଗାଲରେ ଛୁଏଁଇଁ ଦେଇ

ଉଷୁମ ଉଷୁମ ପ୍ରଶ୍ବାସ ର ନିସା

ମହୁଲି ପିଏଇ ଦେଇ

ବହଲେଇ ଦେଇ ଚଗଲା ମନକୁ

ଛାତି ଚହଲେଇ ଦେଲ।।


ନିଦୁଆ ଆଖିର ମଦୁଆ ପଲକ

ଫିଟେଇ ଯେବେ ଚାହିଁଲି

ଏକାନ୍ତ ଶେଜ ରେ ପାହାନ୍ତା ରାତିର

କୋହଲା ପରଶ ଖାଲି

ସକାଳ ସପନ ସତ ହୁଏ ବୋଲି

କାନେ କାନେ କହି ଗଲ।।

**************************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍