ଶୀତୁଆ ଜାଡ଼େ ବୁଢ଼ା ଆଉ ତା ବୁଢ଼ୀ
ଶୀତୁଆ ଜାଡ଼େ ବୁଢ଼ା ଆଉ ତା ବୁଢ଼ୀ
ଗଲା ବରଷର ସେଇ ଶୀତୁଆ ଜାଡ଼,
ଭାଙ୍ଗି ପକାଉଥିଲା ପଞ୍ଜରା ହାଡ଼।
ଆମରି ଗାଁ'ର ଗୋଟାଏ ବାଙ୍ଗରା ବୁଢ଼ା,
ନାଆଁ ହେଉଛି ତାହାର ଚଟିଆ ଚଢା।।
ମାଇପକୁ ତାର କହେ ଶୁଣେଲୋ ବୁଢ଼ୀ,
କାହିଁକି ଶୋଇଛୁ ତୋର ମୁହଁକୁ ମାଡ଼ି।
ବୁଢୀ ଭାଷେ ଶୋଇଛି ମୁଁ ଚାଦର ଘୋଡ଼ି,
ବୁଢ଼ା କହେ କୁଆଡ଼େ ଗଲା ମୋରି ବାଡ଼ି।।
ଉଠି ପଡ଼ିଲା ବୁଢ଼ୀ ହୋଇ ଧଡ଼ପଡ଼,
ବୁଢ଼ା କରୁଥାଏ ଦାନ୍ତ ତା' କଡ଼ମଡ଼।
ସାରିଦେଲା ବୁଢ଼ୀ ତାରି ବାସି ପାଇଟି,
ହକାଳି ଅଇଲା ବୁଢ଼ା ବଡ଼ି ଝପଟି।।
ବୁଢ଼ୀ ଆଣିଲା ସରୁ ଚକୁଳି ଥାଳି,
ଖାଇ ଦିହେଁ ଖୁସିରେ ହେଲେ କୁରୁଳି।
ସତେ ଶୀତ ଯାଇଛି ତାଙ୍କୁ ତ ଛାଡ଼ି,
ଧନ୍ୟ ସେ ବୁଢ଼ା ଆଉ ଧନ୍ଯ ତା ବୁଢ଼ୀ।।