STORYMIRROR

Golak Bihari Sahoo

Children Stories Inspirational

4  

Golak Bihari Sahoo

Children Stories Inspirational

ଶୀତର ବାର୍ତ୍ତା

ଶୀତର ବାର୍ତ୍ତା

1 min
291

ଋତୁରାଜ ବସନ୍ତର ଆଗମନ ବାର୍ତ୍ତା 

    ନେଇଆସ ଶୀତ ତୁମେ ମନୁ ଲିଭେ ବ୍ଯଥା।

ଧରଣୀର ଗାର୍ତ୍ତ ବର୍ଷା ଜଳେ ଭିଜି ଭିଜି

    ଶୁୁଷ୍କ ହେବା ପାଇଁ ଯେବେ ମନେ କରେ ମର୍ଜି।

ଫଳବତୀ ହେବା ପାଇଁ ପ୍ରକୃତିିିିର ରାଣୀ

    ଶୀତ ବସ୍ତ୍ରେ ସାଜିବାକୁ ଘରର ଘରଣୀ । 

ମଧୁମକ୍ଷୀ ଲୋଡୁଥାଏ ପୁଷ୍ପର  ଭଣ୍ଡାର

    ଶସ୍ଯକ୍ଷେତ୍ରେ ପକ୍ବ ଶିଂସା ଲହରେ ଧାନର ।

ଶୀତ ସକାଳରେ ଚାଷୀ ଧାନକ୍ଷେତେ ଯାଏ

    କ୍ଷେତ ଦେଖି ମନ ମତାଣିଆ ଗୀତ ଗାଏ । 

କାକରର ବିନ୍ଦୁ ଆମ୍ବ ଡାଳୁ ଟପ ଟପ

    ରୀତା ସୀତା କମ୍ବଳେ କରନ୍ତି ଗପସପ । 

ଉହ୍ମେଇରେ କାଠ ଜାଳି ବୁଢା ପିତା ମାତା

    ସେକି ହୋଇ ଗପୁଥାନ୍ତି ପିଲାଦିନ କଥା । 

ବାପ ମା ଶୁଅନ୍ତି ରୁମ୍ ହିିିିଟର୍ ଲଗାଇ

    ସ୍କୁଲ୍ ଯିବ ଉଠ ପିଲେ ଦିଅନ୍ତି ଚିଲାଇ ।

ଗାଆଁ ପୋଖରୀରେ ସ୍ନାନ କରି ପ୍ରାତଃକାଳେ

    ରାମ ଦାମ ବୁଲୁଥାନ୍ତି ସଂକୀର୍ତ୍ତନ ଦଳେ । 

ସଭିଙ୍କ ମନକୁ ତୋଷି ଶୀତ ତୁୁମେ ଆସ

    ପ୍ରସ୍ଫୁଟିତ ବୃକ୍ଷ ଲତା ମୁଖେ ଫୁଟେ ହସ । 

ଭ୍ରମର ଓ ମଧୁମକ୍ଷୀ ନାଚନ୍ତି ନିର୍ଲିପ୍ତେ

    ଯେ ଯାହାର କର୍ମେ ଲିପ୍ତ ଜଗତର ହିତେ । 

ଫଳ ଫୁଲ ଶସ୍ଯ ପରିବାରେ ଭରିଯାଅ

    ପାର୍ବଣର ମହୋତ୍ସବେ କହି ଦେଉଥାଅ । 

ଆନନ୍ଦ ଉତ୍ସବେ ମନ ଖୁସି କରୁଥାଅ

    ପିିତା ମାତା ପରିଜନେ ଶ୍ରଦ୍ଧା ପ୍ରେମ ଦିଅ । 

ସୃୃଷ୍ଟିକୁ ଭଲ ପାଇଲେ ଜଗତ  କଲ୍ଯାଣେ 

    ମାନବ ପାଇବ ସୁଖ ସ୍ବାସ୍ଥ୍ୟ ଏ ଜୀବନେ । 

ଆମେ ଯେତେ ସବୁ ଋତୁ ସୃଷ୍ଟି ସ୍ରଷ୍ଟାଙ୍କର

    ଜଗତକୁ ଆସୁ ସେବାପାଇଁ ଜଗତର । 

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବନ୍ୟା ଜଳ ଭାସେ 

    ଶୀତର କଟୁ ଲହରେ ତୁଷାର ବରଷେ । 

ଯେବେ ମାନବ କରଇ ପ୍ରକୃତିିିିିିିିର ନାଶ 

    ପାହାଡ଼ ଫଟାଏ କରେ ଜଙ୍ଗଲ ବିନାଶ । 

ବାୟୁମଣ୍ଡଳରେ ଭରେ ବିଷାକ୍ତ ପବନ 

    ମୃତ୍ତିକା ଜଳର ଅପଚୟେ କରେ ମନ । 

ମାନବର ଅପକର୍ମ ଫଳର ସ୍ବରୂପ 

    ବାତ୍ୟା ବନ୍ୟା ଗ୍ରୀଷ୍ମ ଝଡ ନେଇଥାଏ ରୂପ । 

ଆମେ ଯେତେ ଋତୁ ସବୁ ସେବା ବ୍ରତେ ଥାଉଁ 

     ହେ ମାନବ ଶିକ୍ଷା କର ବେଳ ଥାଉଁ ଥାଉଁ । 

ତୁମେ ଯଦି ଶ୍ରେଷ୍ଠ ସୃଷ୍ଟି ଜଗତେ ବୋଲାଅ

    ସ୍ବାର୍ଥ ତ୍ଯାଗୀ ପ୍ରେମେ ମଜ୍ଜି ସୃୃଷ୍ଟିକୁ ବଞ୍ଚାଅ । 

ସୁଶୀତଳ ମଳୟରେ ଭାସେ ଏହି ବାର୍ତ୍ତା 

    ବୁଝି ଶୁଝି କର୍ମ କରି ଦେଖାଅ ଶ୍ରେଷ୍ଠତା । 

    

    


       

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍