STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ଶୀତ

ଶୀତ

1 min
246

ଧିରେ ଧିରେ ହେଉଅଛି ଶୀତ ଆଗମନ

ବହୁଛି ପଶ୍ଚିମମୁୁୁଖେ ଶୀତଳ ପବନ। 

ଝଟିିକା ଖେଳୁୁଛି ରଙ୍ଗେ ପ୍ରାଚୀ ଗିିରିବରେ

ଆଦିିତ୍ୟ କିରଣ ଢାଳେ ଉଲ୍ଲସିତ ଭରେ। 

ସ୍ଥାନେ ସ୍ଥାନେ ଚିତ୍ରଭାନୁ କରି ପ୍ରଜ୍ଜ୍ୱଳନ 

ଉତ୍ତାପ ଲଭି କରନ୍ତି (ଜନେ) ଦୁଃଖ ନିବାରଣ। 

ପ୍ରଭାତ କାଳରେ ଦେଖ ସୁଦୂର ଗଗନେ

ବ୍ୟୋମଚାରୀ ଯୂଥେ ଗଲେ ଖାଦ୍ୟ ଅନ୍ୱେଷଣେ। 

ମହୀପୃଷ୍ଠେ ପଡ଼ିଅଛି ଗହଳ ଚହଳ 

ସରସୀରେ ନୀଳଜଳ ଦିିଶେ ଢଳଢଳ। 

ଶିହରି ଉଠଇ ଦେହ କରନ୍ତେ ସ୍ନାହାନ

ବାତ ସଂ‌ସ୍ପର୍ଶରେ ଆସି ହୁଏ କମ୍ପମାନ।

ମୂଲ୍ୟବାନ ମୁୁକ୍ତା ପ୍ରାୟ ପଡଇ କାକର 

ଦେଖି ପୁଲକିତ ହ୍ୱନ୍ତି ବାଳ ପ୍ରଭାକର। 

କିରଣ ପଡନ୍ତେ ଆସି ସେ କାକର କତି

ଉଚ୍ଚ ଠାରୁ ଲଭଇ ସେ ଉଚ୍ଚତର ଗତି। 

ନିର୍ମଳ ଆକାଶେ ନାହିିଁ ମେଘର ଚାଦର 

ପ୍ରବଳ ଶୀତରେ ମନ ହୁଅଇ କାତର। 



Rate this content
Log in