ଶୀତ
ଶୀତ
• ହେମନ୍ତ ର ଅନ୍ତ ପରେ ପରେ ଶୀତ,
• ଧରାରେ ପ୍ରବେଶ ହୋଇଲା,
• ଶୀତ ଶିକ୍ତ ବାତ ଉଦୀଚୀ ପ୍ରାନ୍ତରୁ,
• ପ୍ରବାହେ ଶୀତଳ ଲାଗିଲା , ଆକାଶୁ ତୁଷାର ଝରିଲା,
• ସେ ତୁଷାର ବର୍ଷା ବରଷଣେ ଧୀରେ,
• ସରେ କୁଶେଶୟ ମରିଲା ।।
• ପ୍ରାତିଚୀ ଭାଲେ ପ୍ରଭାକର ଉଦୟ,
• କୋମଳ କିରଣ ପରସେ,
• ଦୁର୍ବାଦଳେ ହୀମ ବିନ୍ଦୁରେ ବିନ୍ଦୁରେ,
• ତା ଔଜ୍ଜ୍ଵଲ୍ୟ ରୂପ ବିଭାସେ , ସତେକି ଅଳସୀ ବିଳସେ,
• ମୁକୁତାର ହାର କିଅବା ଗଳାରେ,
• ଲମ୍ଵାଇ ଅଚଳା ଝଲସେ ।।
• କ୍ଷୀଣ ହେଲା ଦିବା, ଦିବାକର ବିଭା,
• ଦେହକୁ ଅମୃତ ସମାନ,
• ଲାଗିଲା, “ସକଳେ ରବିକର ତଳେ,
• ଦେହେ ଢାଙ୍କି ଶୀତ ବସନ , ନିଦାଘେ ଯେସନେ ଚନ୍ଦନ,
• ସମାନ ମିହିର କର ଜନମନ,
• ଦୁଃଖ କୁ କରଇ ହରଣ ।।
• ଯେମନ୍ତ ଗ୍ରୀଷମ ପ୍ରଚଣ୍ଡ ଗ୍ରୀଷ୍ମ ରେ,
• ଉର୍ବୀ ହୁଏ ବହ୍ନି ସମ
• ତହୁଁ ବଳି ତାର ଶୀତଳ ପ୍ରକୋପେ
• ଧରା ହୁଏ କଂପମାନ , ଶୀତ ତ ହେଲାଣି ବିଷମ
• ଶୀତରେ ପ୍ରସୂନ ନଫୁଟେ ପାଦପେ
• ଦିଶଇ ଯଥା ଶିରୀ ହୀନ ।।
• ତୁଷାର ସହିତ ମୃଗାଙ୍କ ନକ୍ଷତ୍ର,
• ରସା ରେ ଶୀତଳ କୈ।ମୁଦୀ,
• ଥରଏ ସଚରାଚର ତା ପ୍ରତାପେ
• ବୈଶ୍ଵାନର ସର୍ବେ ଲୋଡ଼ନ୍ତି , ଶୀତ ବାସ ଅଙ୍ଗେ ଢାଙ୍କନ୍ତି,
• ପ୍ରବାସେ ବିରହି ପ୍ରୀୟା ର ପରଶ
• ବିଚ୍ଛେଦେ ରଜନି କାଟନ୍ତି ।।
• ଏହି ଶୀତକାଳ କରଇ କାତର,
• ଦୁଃଖୀ ଜନ ଦୁଃଖେ ଆତୁର,
• ତଥାପି ଅନେକ ଫୁଲ,ଫଳ ଦାନ,
• ଦେଇଥାନ୍ତି ଋତୁବର , କିନ୍ତୁ କଷ୍ଟ ଦ୍ୟନ୍ତି ଅପାର,
• ସେ କ୍ଳେଶ ହୃଦୟ ପଟରେ ଅନେକ,
• କାଟଇ ଦୁଃଖ ର ଗାର ।।
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି ,ଖୋର୍ଦ୍ଧା
• ---------- -------------------- ----------
