STORYMIRROR

SACHALA GURU

Others

3  

SACHALA GURU

Others

ଶୀତ

ଶୀତ

1 min
219

ବର୍ଷ ପରେ ମାସ ହୁଏ ଆଗମନ 

  ଆସେ ଏକ ଋତୁ ସେତ 

ହେମନ୍ତ ଋତୁକୁ ବିଦାୟ ଦେଇଣ 

 ଧରା ପୃଷ୍ଟେ ଆସେ ଶୀତ l 1l


ମାର୍ଗଶିର ମାସ ମାଘ ମାସ ଶେଷ 

  ଶୀତ ଅନୁଭୂତ ହୁଏ 

ହିମାଦ୍ରୀ ଗହ୍ୱରୁ ହିମର ପ୍ରଭାବ 

  ଆନନ୍ଦ ଖେଳାଇ ଥାଏ l2l


ପ୍ରକୃତି ରାଜ୍ୟରେ ପରିବର୍ତ୍ତନରେ 

 ବୈଚିତ୍ର୍ୟ ମଣ୍ଡିତ ଦୃଶ୍ୟ 

ଶୀତ କlଳ ରାତ୍ରି ବଡ ହୋଇଥାଇ 

  ଛୋଟ ହୁଅଇ ଦିବସ l3l


ଦିଗ ବଳୟର ଧୂଆଁଳିଆ ଦୃଶ୍ୟ 

  କୁହୁଡ଼ିରେ ପରିପୂର୍ଣ୍ଣ 

ପ୍ରାତଃ କାଳରେ ଯେ ସୂର୍ଯ୍ୟୋଦୟ ଅଟେ 

 ହୋଇଥାଏ ବିଳମ୍ବିତl 4l


ଶୀତ କାଳୀନର ପଲ୍ଲୀର ପ୍ରଭାତ 

  ନିରସ ଶିଶିର ସ୍ନାତ 

ଶୀତ କାକରକୁ ଖାତିରି ନ କରି 

 କୃଷକ ଚଞ୍ଚଳ ଚିତ୍ତ l 5l


କୃଷକ ପ୍ରତ୍ୟୁଷୁ ଗମନ କରଇ 

  ସୁନାର ଖେତକୁ ତାର 

ଜରାଜୀର୍ଣ୍ଣ ବୃଦ୍ଧ ଆବlଳ ବନିତା 

  ପୁଆଳ ଜାଳେ ଦାଣ୍ଡର l 6l


ପ୍ରାତଃ ସ୍ନାନ ସାରି ନବ ବଧୂ ପୁଣି 

   ହୁଅଇ ସେ ଗୃହ ମୁଖି 

ବାଡ଼ି ବଗିଚାରେ ଗେଣ୍ଡୁ ଫୁଲ ମାନ 

  ଶୀତ ଗୁରୁବାର ସାକ୍ଷୀ l7l


ପେଟ ପୁରା ଖାଦ୍ୟ ଖାଇଣ କୃଷକ 

  ସୁନାର କ୍ଷେତକୁ ଯାଇ 

ମନ ଭୂଲାଣିଆ ଗ୍ରାମୀଣ ସଂଗୀତ 

  ମୂର୍ଚ୍ଛନା ସାଙ୍ଗକୁ ଦେଇ l 8l


ସୋରିଷ କିଆରୀ ହଳଦୀ ରଙ୍ଗର 

  ସେ ସୌନ୍ଦର୍ଯ୍ୟର ଦୃଶ୍ୟ 

ସ୍ନିଗ୍ଧ ମଞ୍ଜୁଳର ପରିବେଶ ସୃଷ୍ଟି 

  ସୂର୍ଯ୍ୟ ରଶ୍ମିର ପରଶ l9l


ଶୂନ୍ୟ ଖଳା ବାଡ଼ି ଧେନୁ ହଁମା ରଡି 

  କଳେଇ ଗଦାରେ ପୂର୍ଣ୍ଣ 

ଶୀତ ରାତ୍ରିର ସେ ନିର୍ଜନତା ପ୍ରାଣ 

   ସିଂହରଣ କରେ ମନ l 10l


ପର୍ବ ପର୍ବାଣୀରେ ରସବନ୍ତ କରେ 

   ଗ୍ରାମ ଭୂମି ଉନ୍ମାଦିତ 

ନବ ଫସଲର ପ୍ରଚୁଯ୍ୟରେ ପୂର୍ଣ୍ଣ 

   ପ୍ରାଣ ହୁଏ ପୁଲକିତ l 11l


ପୋରୁଆଁ ସନ୍ତାନ ସନ୍ତତିଙ୍କ ପାଇଁ 

   ପ୍ରଥମାଷ୍ଟମୀ ପାଳିଥାନ୍ତି 

ସାମ୍ବ ଦଶମୀକୁ ଧନୁ ସଂକ୍ରାନ୍ତି ସେ 

   ଆସେ ମକର ସଂକ୍ରାନ୍ତି l12 l


ସରସ୍ୱତୀ ପୂଜା ମନlନ୍ତି ଯେ ମଜା 

   ନବ ବସ୍ତ୍ର ପରିଧାନ 

ସବୁରି ଜୀବନେ ପୂର୍ଣ୍ଣତା ଉଲ୍ଲାସ 

   ଲଭିଥାନ୍ତି ଦିବ୍ୟ ଜ୍ଞାନ l 13l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ