STORYMIRROR

Pranati Mahapatra

Others

3  

Pranati Mahapatra

Others

ଶୀତ ତ ଡ଼ରି ଛାନିଆଁ

ଶୀତ ତ ଡ଼ରି ଛାନିଆଁ

1 min
154

ଆମେ ତ ଗରିବ ଖଟିକିଆ ମୂଲିଆ

ଖଟିଖଟି ଯାଏ ଦିନ,

ଶୀତତାପ ନିୟନ୍ତ୍ରିତ ବାସଗୃହ

ଆମପାଇଁ ସାତ ସପନ।


ମୁଣ୍ଡଝାଳ ଆମେ ତୁଣ୍ଡେ ମାରି ଖଟୁ

ପେଟ ଚାଖଣ୍ଡକ ପାଇଁ,

ମୁନ୍ଦେପିଇ ଗୁଣ୍ଡେଖାଇ ଖଣ୍ଡେକନା

 ପିନ୍ଧୁ ଲାଜ ଢାଙ୍କି ଦେଇ।


ସୁଖ ଖୁସି ଆମପାଇଁ ବୋଧେ ବିହି

 ଲେଖି ତ ନାହିଁ କପାଳେ,

ପର ଓଳି ଆମ ଘର ଭାବିଥାଉ

ରହୁ ଏମିତି ବିକଳେ।


ଶୀତେ ଥୁରୁଥୁରୁ ଛିଡାକନ୍ଥା ଘୋଡୁ

କି ପାଇବୁ ଆଉ କିସ,

କମ୍ବଳ, ରେଜେଇ କେ ଦେବ ଆମକୁ

ମୁଖେ ଫୁଟାଇବ ହସ।


ରାତି ଦିଘଡିରୁ ନିଦ ଭାଙ୍ଗିଯାଏ

ଜାଡଟା ପାରୁନୁ ସହି,

କାଠିକୁଟା ଜାଳି ଧୂନି ନିଆଁ ପୁଇଁ

ଶୀତ ଦେଉ ଘଉଡେଇ।


ମାଘ ମାସର ଏ ବାଘୁଆ ଶୀତଟା

ହାର ମାନେ ଆମ ପାଖେ,

କାଠ କରିଦେଉ ଆମ ଏ ଦେହକୁ

ଶୀତ ବଡ଼ବଡିଆଙ୍କୁ ଦେଖେ।


ଗାଆଁରେ ବଢୁ ବା ସହରରେ ଥାଉ

ଶୀତେ ସାଥୀ ଧୂନିନିଆଁ ,

ପରିବାର ଯାକ ବେଢୁ ତା କଡରେ

ଶୀତ ଡ଼ରି ତ ଛାନିଆଁ


ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍