STORYMIRROR

Ajay kumar Behera

Others

3  

Ajay kumar Behera

Others

"ଶୀତ ସକାଳ"

"ଶୀତ ସକାଳ"

1 min
281


ସୁଲୁ ସୁଲିଆ

ଶୀତୁଆ ବାଆ

ଥରାଇ ଦିଏ ଦେହ

ଜନ୍ତୁଜୀବ ଏ

ଲୁଚନ୍ତି ଯାଇ

ତୁଟାଇ ଦେଇ ମହ.....


ବୁଢ଼ାବୁଢ଼ୀ ଏ

କୁଙ୍କୁରି କାଙ୍କୁରି ହେଇ

ଘର କୋଣରେ

ଶୀତ ଭୟରେ

ବସନ୍ତି ଯାଇ....


ଦିନର କାମ

ବଳି ପଡଇ

ସମୟ ମିଳେ ନାହିଁ

ଉଠୁ ଉଠୁ ଯେ

ହୁଅଇ ବେଳ

ନିଜ କାମକୁ

ବେଳ କାହିଁ.....


ଦିନରେ ବାଆ

ରାତିରେ ଥଣ୍ଡା

ବଢି ବଢି ତ ଯାଏ

ଥଣ୍ଡାରେ ପୁଣି

କେତେ ଯେ ରାତି

ଉପବାସରେ କଟି ଥାଏ....


ପିଲାଏ ଯେତେ

ହୁଅନ୍ତି ଅଝଟ

ଶୀତକୁ ନେଇ

ସକାଳ ଉଠା

ଭାରି କଷ୍ଟ

ସତେ ତାଙ୍କରି ପାଇଁ....


ଗାଁ ମୁଣ୍ଡରେ

ଏଠି ସେଠି 

ଦେଖିବ ଯାଇ

ଦୁଷ୍ଟ ପିଲାଏ

ନିଆଁ ଲଗାନ୍ତି

ସକାଳେ ସଞ୍ଜେ

ଏକାଠି ହୋଇ......


କ୍ଷେତରେ ପୁଣି

ସୁନାର ଧାନ

ଦିଶଇ କେଡ଼େ ଭଲ

ନବ ବୋଧୂଟି

ବଡି ଭରରୁ

ଉଠଇ ସିଏ

ଲିପାପୋଛାରେ

ବ୍ୟସ୍ତ ରହି ଥାଏ....


ଗୋବର ଦେଇ

ଅଗଣା ଅଳେଇ ଦିଏ

ନୂଆ ଧାନରେ 

ମୁରୁଜକାଟି

ଅଗଣା ତାର

ଝଟକୁ ଥାଏ.....


ମାର୍ଗଶିର ମାସର

ଗୁରୁବାରରେ

ହୁଅଇ ମାଆ ଲକ୍ଷ୍ମୀଙ୍କ ସଜା

ଶାଶୁ,ବୋହୂଏ 

ବଡି ଭୋରରୁ

ବ୍ୟସ୍ତ ରହନ୍ତି

ପାଇଁ ତାଙ୍କରି ପୂଜା......


ଶଙ୍ଖ ହୁଳ ହୁଳି ରେ

ଫାଟଇ ଗାଁ

ଲାଗଇ କେଡ଼େ ଭଲ

ସନ୍ଧ୍ୟାରେ ଲକ୍ଷ୍ମୀ ପୁରାଣ

ହୁଅଇ ପଢ଼ା

ସବୁରି ଘରେ ଘରେ.....


ଶୀତ ଋତୁଟି

ଅଟେ ମଙ୍ଗଳକାରୀ

ଶସ୍ଯ ସମ୍ପଦେ

ଭରି ରହେ ଯେ

ଘରେ ଘରେ ସବୁରି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍