STORYMIRROR

Debaki Behera

Others

4  

Debaki Behera

Others

ଶୀତ ରେ ସକାଳ

ଶୀତ ରେ ସକାଳ

1 min
242


ବରଷା ଯାଇଛି ଆସିଛି ଶୀତ 

ଖୁସି ମନେ ସବୁ ଗାଇବା ଗୀତ l


ସକାଳୁ ସକାଳୁ ଥଣ୍ଡାରେ ସବୁ l

ରେଜେଇ ଘୋଡେଇ ଶୁଅନ୍ତି ବାବୁ l


ପିଲାଙ୍କର ମଜା ଏହି ଦିନରେ 

ଶୀତ ଅବକାଶ ହୁଏ ସ୍କୁଲରେ l


ଅଳସ ଶରୀର ଆଉ ଅଳସ ମନ 

ସେଥିପାଇଁ ଉଠେ ଡେରି କରିଣ l


ବୁଢା ବୁଢ଼ୀ ଟିକେ ପାଆନ୍ତି କଷ୍ଟ 

ଥଣ୍ଡାରେ ଥରାଏ ଶରୀର ଅଷ୍ଟ l


ସକାଳୁ ପାଟିରୁ ବାହାରେ ଧୂଆଁ 

ପିଲାଏ ଖୁସିରେ ମାରନ୍ତି ଡିଆଁ l


ଦେଖେଇ ହୁଅନ୍ତି ସେଇ ଧୂଆଁକୁ 

କୌତୁକ ଭଳି ଲାଗେ ତାହାଙ୍କୁ l


ସ୍ଵେଟର ପିନ୍ଧିକି ଖୁସି ମନରେ 

ଖେଳନ୍ତି ଡିଅଁନ୍ତି ମନ ଇଚ୍ଛାରେ l


ମାଆ ମନ କିନ୍ତୁ ଉଚ୍ଛନ୍ନ ଭାରି 

ଥଣ୍ଡା ଜର ପାଇଁ ଚିନ୍ତା ତାହାରି l


ପିଲାଙ୍କୁ ନିଜର ତାଗିଦ କରେ 

ଗୋଡ ଗୋଡ଼େ ଜଗି ଥାଏ ସିଏରେ l


ଶୀତର ସକାଳ ନ ଦିଶେ ବାଟ 

କୁହୁଡିରେ ଘେରା ରାସ୍ତା ଓ ଘାଟ l


ଠାଏ ଠାଏ ସ୍ଥାନେ ନିଆଁକୁ ଜାଳି 

ନିଆଁ ପୁଉଁ ଥାନ୍ତି ଯୁବା ଓ ବାଳି l


ଗାଆଁରେ ଶୀତର ଏହି ଛବିଟି 

ସହରକୁ ଚାଲ ଏବେ ଯିବାଟି l


ପାର୍କରେ ଥାନ୍ତି ମ୍ୟାଡ଼ାମ ଓ ବାବୁ 

ବ୍ୟାୟାମ କରନ୍ତି ସେଠାରେ ସବୁ l


ଶୀତ ଛଡା଼ଅନ୍ତି ବ୍ୟାୟାମ କରି 

କୁକୁର ଆଣନ୍ତି ସାଙ୍ଗରେ ଧରି l


ଗିଜର ଲଗାଇ ସ୍ନାନ କରନ୍ତି 

ଶୀତ ଲାଗିବବା ତାଙ୍କୁ କେମିତି l


ସହର କି ଗାଆଁ ଯୁଆଡେ ଚାହାଁ 

ସବୁଠି ସକାଳେ ମିଳିବ ଚାହା l


ଥଣ୍ଡାରେ ଚାହାଟି ଏମିତି ଲାଗେ 

ଶରୀରରେ ରକ୍ତ ଯେମିତି ଜାଗେ l


ଶୀତ ଋତୁ ସତେ ଭାରି ସୁନ୍ଦର 


ସବୁ ପରିବାଟି ମିଳେ ଶସ୍ତାର l


ଶୀତର ସକାଳ ଭାରି ବଢିଆ 

ଗାଁ ହେଉ ଅବା ସହର ଯାହା l



Rate this content
Log in