STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଶୀତ ଅନୁଭୂତି

ଶୀତ ଅନୁଭୂତି

1 min
350

              


ଶରତ ର ଅନ୍ତେ ଶୀତ ପ୍ରବେଶନ୍ତେ ବହଇ ହେମାଳ ପବନ

ରାତି ଯାଏ ବଢି ଧୀରେ ଧୀରେ ଛିଡି ଛୋଟ ହୋଇଯାଏ ଦିନ ।।


ପଡଇ କାକର  ଅବା ଦୁର୍ବାଦଳ ମୁକୁତାର ମାଳେ ଶୋଭା

ସୂରୁଜ କିରଣ ହୁଏ ବିକିରଣ ଆହା କେଡ଼େ ମନଲୋଭା ।।


କୃଷିକ୍ଷେତ୍ରେ “ପକ୍ଵ- ଶାଳି,ଶସ୍ୟକେଣ୍ଡା ଦୃଶ୍ୟ କେଡ଼େମନଲୋଭା

ଲକ୍ଷ୍ମୀ ଠାକୁରାଣୀ ,ବିଷ୍ଣୁ ପାଟରାଣୀ ହୋଇଛନ୍ତି ଅବା ଉଭା ।। 


ଶୀତଳ ଅନିଳ କରଇ ଅଧୀର ଶୀତ ବସ୍ତ୍ର ନର‌ ଲୋଡ଼େ

ନିଆଁ ର ଉହ୍ମେଇ ପ୍ରଜ୍ବଳିତ ହୋଇ ଉଠେ ପ୍ରତି ଘରେ ଘରେ ।।


ଆଈ ସଞ୍ଜେହେଲେ ପାକୁଆ ପାଟିରେ ତା’ର ଗପପେଡି ଖୋଲେ

ନାତି, ନାତୁଣୀଙ୍କୁ ବୁଢ଼ୀ ଅସୁରୁଣୀ ରାଜାଝିଅ କଥା କହେ ।।


ଦୁଃଖ ମାଡିଆସେ ଗରୀବ କୁଟିରେ ଶୀତ ପାଇଁ ଶୀତଲୁଗା

ନପାଇ ବିକଳେ ଛୁଆପିଲା ସବୁ ହୋଇତ ଗଲେଣି ରୋଗା ।।


ଶୀତକାଳ “କାଳ- ସମାନ, ତା’ପାଇଁ ବିନିଦ୍ରେ ରଜନୀ କଟେ

ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ଜୀବନ ଛଟପଟ ହୋଇ ବିତେ ।।


ନୀରସ ନୀରସ ଲାଗଇ ଜୀବନ ଶୀତରେ ନଫୁଟେ ଫୁଲ

ଶୁଷ୍କ ଜଳବାୟୁ ଅବା କାଳରାହୁ ସମାନ ଏ ଶୀତ ସକାଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍