Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Others

3  

Kunja Bihari Dalai

Others

ଶୀର୍ଷକ - ବସନ୍ତ ପଞ୍ଚମୀ

ଶୀର୍ଷକ - ବସନ୍ତ ପଞ୍ଚମୀ

1 min
292



ମକର ମାସରେ ଧରଣୀ ପୃଷ୍ଠରେ 

ବସନ୍ତ ପଞ୍ଚମୀ ତିଥିରେ ,

ପାଉ ତୁହି ପୂଜା ମାଆ ଚତୁଃର୍ଭୂଜା 

ଦେବୀ ସରସ୍ଵତୀ ନାମରେ ,

   ମାଆଗୋ

ଭକ୍ତ ତୋ କରନ୍ତି ପୂଜନ ,

ବିଦ୍ୟାଳୟେ ପୁଣି କାର୍ଯ୍ୟାଳୟେ ପରା

ତୋ ପଦେ କରନ୍ତି ବନ୍ଦନ ।


ବୀଣା ମାଳି ପୁଣି ପୁସ୍ତକ ଲେଖନୀ 

ଶୋଭା ବଢ଼ାଏ ଚତୁଃର୍ହସ୍ତେ ,

ଶୁଭ୍ର ପଦ୍ମ ତୋର ଅତି ଆପଣାର

ଏକଥା ଜାଣନ୍ତି ସମସ୍ତେ ,

   ତେଣୁଁ ମା

ମନ ତୋ ଜିଣିବା ପାଇଁକି ,

ଶ୍ଵେତ ପଦ୍ମ ପାଇଁ ତୋ ଭକତ ବାଇ 

ଡିଅଁନ୍ତି ପୋଖରୀ ପାଣିକି ।


ମାଗୋ ବିଣାପାଣି ବିଦ୍ୟା ପ୍ରଦାୟିନୀ 

କାଳିଦାସ କଲା ଭରସା ,

ମୁର୍ଖରୁ ପଣ୍ଡିତ ବୋଲାଇଲା ସେ'ତ 

ସବୁଠିଁ ମିଳିଲା ପ୍ରଶଂସା ,

   ସାରଦା

ତୋ ପାଦେ ଶରଣ ଯେ ପଶେ ,

ଭକ୍ତି ସହକାରେ ପୂଜା ଯେବେ କରେ 

ଫେରାଇ ଦେଉନା ନିରାଶେ ।


ମରାଳ ବାହିନୀ ବିପଞ୍ଚି ବାଦିନୀ   

ମାଆ ଶୁକ୍ଳାମ୍ବରୀ ଭାରତୀ ,

ଆସ ଅବତରି ଏ ଧରା ଧାମକୁ

ଭୁବନେଶ୍ଵରୀ ଭଗବତୀ ,

   ବାଗ୍ଦେବୀ

କରେ ଆବାହନ ତୁମକୁ ,

କର ମା ସ୍ବୀକାର ଆରାଧନା ମୋର 

ଭକତି ନୈବେଦ୍ୟ ପୂଜାକୁ ।




Rate this content
Log in