ଶିବ ଡ଼ମ୍ବରୁ
ଶିବ ଡ଼ମ୍ବରୁ
ଡ଼ମ୍ବରୁ ବାଜିଲେ ଶିବ ଆସେ
ସେ ଯେତେଥର ଡ଼ମ୍ବରୁ ବଜାଏ
ସେତେସେତେ ମନ ଦୌଡୁଥାଏ
ଆଉ ମୁଁ ସେତେଥର
ମୋର ଅନିଛାରେ "ମା"ର ଡ଼ରରେ
ଚେଇଁ ଶୋଇଥାଏ।।
ବେଳେବେଳେ ସାନଭାଇ ସହିତ
ଖରାରେ ଶିବ ର ଆଇସକ୍ରିମ ଥୋଇ
ପୋକ ବାହାରି ବାକୁ ଅପେକ୍ଷା କରି ଥାଏ ।
ତା ଡ଼ବାରୁ ତରଳି ଯାଉଥିବା ବରଫ ପାଣିକୁ
ପୋଛି ଦେଲା ବେଳେ
କେହି ନଦେଖିବା ପରି
କନକନ ଭାବ ତାକୁ ଭାରି ମାନୁଥାଏ।
ଖରାଦିନେ ଖରାବେଳେ ଶିବ ଧରାବନ୍ଧା ଡ଼ମ୍ବରୁ ବଜାଏ ।
ଶିବ ର ସାଇକେଲ ,ଶିବ ର ଡ଼ବା ,
ଡ଼ବାରୁ ଧିରେ ଧିରେ ଝରୁଥିବା ପାଣି ,
ସବୁ ଯେମିତି ଲୋଭନୀୟ ଥାଏ ।।
ଖରାଅନ୍ତେ ତା ଡ଼ମ୍ବରୁ ର ଶବ୍ବ ବି ଧିମେଇ ଯାଏ ।।
ହେଲେ ତା’ ଆଖିରେ ଆଖିଏ ସପନ କାଲି ପାଇଁ
ସାଇତି ହୋଇଥାଏ।
ମୁଁ ଦେଖଛି ଖୁସୀକୁ ,ମୁଁ ଦେଖିଛି ଆଶା କୁ ,
ଯାହା ଶିବର ଆଖି ରେ ଚିକ୍ ଚିକ୍ କରୁଥାଏ।
(ପୁଷ୍ପାଞ୍ଜଳି ପଣ୍ଡା)
ଡି ,ପି,ଏମ୍ ,ୟୁ,
ଜାଜପୁର
