STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଶିବ ବନ୍ଦନା

ଶିବ ବନ୍ଦନା

1 min
735


ଆହେ ଶୁଣ ପ୍ରଭୁ ଜଟାଧାରୀ

ତବ ପାଦ ତଳେ କରେ ମୁଁ ଗୁହାରି

ଶିବରାତ୍ରିରେ ପଡେ ତୁମ ଜାଗର

ଦୀପଟିଏ ଜାଳି ରହେ ଉଜାଗର


ହେ ଭକ୍ତବତ୍ସଳ ତୁମେ ଦୟାସାଗର

ତୁମ ପାଦତଳେ ପ୍ରଣିପାତ ମୋର

ତୁମେ ହିଁ ସେହି ତ୍ରୟମ୍ବକେଶ୍ବର

ତୁମେ ପରା ମୋ ଭୋଳାଶଙ୍କର


ଏ ପାପଭରା ଜଗତ ଅନ୍ଧକାରେ

ଡାକେ ମୁଁ ତୁମକୁ କେଡେ ଆତୁରେ

ଡମ୍ ଡମ୍ ଡମ୍ବରୁ ତୁମର ବାଜେ

ମନ ଭିତରେ ସବୁବେଳେ ଖୋଜେ


ବୃଷଭଟି ଅଟେ ତୁମର ବାହାନ

ଗଙ୍ଗାକୁ କରିଛ ମସ୍ତକରେ ଧାରଣ

ଧ୍ୟାନରେ ବସିଛ ଯାଇ କୈଳାସ ପର୍ବତେ

ନନ୍ଦୀ ଭୃକୁଟିକୁ ନେଇ ସାଥିରେ ସଙ୍ଗତେ


ଗଳାରେ ଲମ୍ବିଛି ତୁମର ରୁଦ୍ରାକ୍ଷ ମାଳ

ବିଭୁତି ବୋଳି ପିନ୍ଧିଛ ପ୍ରଭୁ ବ୍ୟାଘ୍ରଛାଲ

ତୁମେ ହିଁ ଶିବ ଏବଂ ତୁମେ ହି ଶକ୍ତି

ତୁମେ ହିଁ ମୋର ଗତି ଆଉ ମୁକ୍ତି


ନିତେ ଗାଏ ମୁଁ ସେତ ଶିବମହିମା

ମନରେ ବିଶ୍ବାସ ଅଛି ବୋଲି ସିନା

ତୁମେ ସତ୍ୟ ଶିବ ଆଉ ସୁନ୍ଦର

ତୁମେ ପରା ସେହି ହରହର ଶଙ୍କର


ଜୟ ଜୟ ବାବା ଧବଳେଶ୍ବର

ତବ ମହିମା ସଭିଙ୍କୁ ଗୋଚର

ବାବା ଖୋଜେ ମୁଁ ତୁମ ଠିକଣା

ମନରେ ରଖି କେତେ ଭାବନା


ସୃଷ୍ଟିରକ୍ଷା ପାଈଁ ବିଶ ପାନକଲ

ତୁମେ ନିଳକଣ୍ଠ ସେତ ସାଜିଲ

ଓଁକାର ନାଦରେ ବ୍ରହ୍ମାଣ୍ଡ କମ୍ପଇ

କରୁଛି ପ୍ରଣାମ ନିତି ତୁମକୁ ଚାହିଁ


ତୁଣ୍ଡରେ ମୋର ପଞ୍ଚାକ୍ଷର ନାମ

ଭକ୍ତିରେ କରେ ମୁଁ ତୁମର ଧ୍ୟାନ

ଶ୍ମଶାନରେ ପ୍ରଭୁ ତୁମର ବାସ

ସୋମବାରେ କରେ ତୁମ ଉପବାସ


ସାରା ବିଶ୍ବର ତୁମେ ସେତ ଅଧିପତି

ତୁଣ୍ଡରେ ମୋର ତବ ପଞ୍ଚାକ୍ଷର ନିତି

ଏ ମିଛ ସଂସାରରେ କେହି ନୁହଁଇ କାହାର

ଏ ଭବସାଗରରୁ ପ୍ରଭୁ ତୁମେ ପାରିକର ।


ଡକ୍ଟର ଝରଣା ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍