STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ସହି ପାରେନି ମୋ ଆଖି

ସହି ପାରେନି ମୋ ଆଖି

1 min
14.1K


ଅଦିନ ବଉଦ ଝର ଝର ହୋଇ

      ଅହେତୁକ ଝରିଗଲା।

ସତେ କି ପ୍ରକୃତି ମଣିଷ ଦରଦ

      ଅପଲକେ ବୁଝି ନେଲା।


ସୂରୁଯ କିରଣ ପ୍ରଖର ପ୍ରବଣ

     ବସୁନ୍ଧରା କୋଳ ତିକ୍ତ।

ବାନ୍ଧବୀ ପ୍ରକୃତି ବାଢି ନିଜ ପ୍ରୀତି

    ବସୁଧାକୁ କଲା ସିକ୍ତ।


ଜୀବଙ୍କ ପରାଣ ପକ୍ଷୀର କୁଜନ

     ଅମୃତ ପରଶ ପାଇ।

ଗାଇଲେ ସୂରୁଯ ପୀରତିର ଗୀତି

     ଭାବନାରେ ମାତି ଯାଇ।


କହିଲେ,"ହେ ଦେବ ! ତୁମ କରୁଣାରୁ

     ବଉଦ ବରଷା କଲା।

ତୁମ ସହାୟତା ବଉଦ କୋଳକୁ

     ବରଷାରେ ଭରିଦେଲା।"


ଯେତେ ଥାଉ ପଛେ ପାତର ଅନ୍ତର

     ପ୍ରକୃତିର ଉପାଦନେ।

ସଭିଏଁ ଚାହାନ୍ତି ମଣିଷ ମଙ୍ଗଳ

    ତା'ରି ସୁଖ ଥଇଥାନେ।


ଭାବିଲେ ମୋ'ମନ ବିଷାଦ ମଗନ

    ମଣିଷ କଳାପ ଦେଖି।

ଇର୍ଷା କାତରେ ନିଜେ ହୁଏ ଦଗ୍ଧ

    ସହି ପାରେନି ମୋ' ଆଖି।


Rate this content
Log in