ଶହୀଦ୍ ର ହସ
ଶହୀଦ୍ ର ହସ
ତା'ର ଇଚ୍ଛା ଥିଲା ଦିନେ ଆସିଥାନ୍ତା ଗାଁ କୁ !
ଦେବାକୁ ମା ପାଇଁ ଔଷଧ ,
ପୁଅ ପାଇଁ ଖେଳନା ,
ଆଉ ପ୍ରାଣପ୍ରିୟା ପାଇଁ ଦେବାକୁ ଚୁମ୍ବନ ଟିଏ !
ଅଦମ୍ୟ ଆଶା ନେଇ ଯାଇଥିଲା ,
ଫେରିଥିଲେ ଆଣିଥାନ୍ତା ଦେଶ ମାତୃକାର ବିଜୟ ବାନା ।
ବିଜୟ କୁ ଖୋଜି ପାଇଲା ଗୁଡାଏ ଗୁଳି ,
ରକ୍ତ ,ମାଂସ ର ଖଣ୍ଡ ବିଖଣ୍ଡିତ ଶରୀର ।
ଦେଶପାଇଁ ଲଢୁଲଢୁ ସେ ଶହୀଦ୍ ହେଇଗଲା ।
ଡରିବା ତ ତା କପାଳେ ଲେଖା ନାହିଁ ,
ମୃତ୍ୟୁ କୁ ତ ସ୍ଵୀକାରିଛି ତାର ଭବିଷ୍ୟତ ,
ଡରିବ କାହାକୁ ?
ଗ୍ରେନେଡ୍ ମାଡ଼ ନା ଆତଙ୍କବାଦୀ ହମଲା କୁ ?
ପୁଅ ସତ୍କାର କରିବ ତା ସହୀଦ ବାପାର ଶରୀର ,
ଦେଶ କାନ୍ଦୁଛି ବୀର ଜବାନ୍ କୁ ଦେଖି ।
ହେଲେ ଶହୀଦ୍ ?
ଏବେ ବି ହସୁଛି !
ଆଉ ସତେ ଯେପରି କହୁଛି -
ତୁମେ ତ ମରିଯାଇଛ ମୁଁ ଶହୀଦ୍ ହେବା ପରେ ପରେ ,
ଦେଶଦ୍ରୋହୀ ମାନେ ଏବେ ଖାଲି ତୁମ ପାର୍ଥିବ ଶରୀର ବାକି ଅଛି !
