STORYMIRROR

Bunee Tripathy

Others

3  

Bunee Tripathy

Others

ଶେଷ

ଶେଷ

1 min
204

ଆଦ୍ୟପର୍ବ ପରେ ମଧ୍ୟପର୍ବ ପଡେ

 ମଶାଣି ତ ଶେଷପର୍ବ

ଶେଷ ଧାଡି ଆଜି ଲେଖିବା ପାଇଁ କି

  ଲୋଡା ପଡିଯାଏ ସର୍ବ।


କର୍ମ କରି ନର ଜୀଇଁବା ଶିଖିଛି

  ଜଣାପଡେ ଶେଷ ବେଳେ

ହିସାବ ନିକାସ ତରାଜୁରେ କରି

  ରହିଯାଏ କାଳ ବେଳେ।


ଅଭିନୟ ପରେ ପଡେ ଯବନିକା

 ହୋଇଯାଏ ଅନ୍ଧକାର

ଆଲୋକ ଜଳିଲେ ଖାଲିପଡିଥାଏ

  ଶୂନଶାନ ନିରନ୍ତର।


ତିନି ଘଣ୍ଟାର ଏ ଜୀବନ ଆମର

  ଅଦିନେ ବାଜଇ ଘଣ୍ଟ

ଛୁଟି ହେବାପାଇଁ ଉପନୀତ ହୁଏ

  ସମୟ ଦିଏ ନିର୍ଘଣ୍ଟ।


ମଶାଣି ଭୂଇଁରେ କୋକେଇ ଉପରେ

 ଶେଷ ଶଯ୍ୟା ବିଛା ଯାଏ

ଶେଷ ନିଆଁ ଜଳେ ମାଟିପିଣ୍ଡ ମିଶେ

  ପାଉଁଶ ତ ହୋଇଯାଏ।


ଶେଷ କଥା ପଦେ କହିବାକୁ ଇଚ୍ଛା

 କରିଥିଲି ଯେବେ ମୁହିଁ

ପାରିଲିନି କିନ୍ତୁ ବୁଝାଇ ସେକଥା

  ରହିଗଲା ଅଧା ହୋଇ।


ଶେଷ ଲେଖା ମୋର ଲେଖିବା ପାଇଁ କି

  କଲମରେ କାଳି ନାହିଁ

ଶେଷ ପୃଷ୍ଠା ଆଜି ସରି ତ ଗଲାଣି

  କବିତା କି ମନେ ନାହିଁ।


ଶେଷ କଥା ଆଜି କହିବା ପାଇଁକି

 ବାକ୍ୟ ମୋର ସ୍ପୁରୁ ନାହିଁ

ଶେଷ ଜଳ ଟିକେ ନିର୍ମାଲ୍ୟ ଅଟଇ

ତୁଣ୍ଡେ ଦେଲେ ଯିବ ଯାଇ।


ଶେଷ ଇଚ୍ଛା ପ୍ରଭୁ ତୁମ ଚରଣରେ

 ଲିଭିଯାଉ ମୋର ପ୍ରାଣ

ତୁଣ୍ଡରେ ଥାଉ ମୋ ତୁମ ଶ୍ରୀନାମ ତ

  ଚାଲିଯାଉ ଏ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍