STORYMIRROR

Dr. Pratap Kumar Swain

Others

3  

Dr. Pratap Kumar Swain

Others

ଶେଷ ତାନ୍ତ୍ରିକଙ୍କ  ଶେଷଯାତ୍ରା

ଶେଷ ତାନ୍ତ୍ରିକଙ୍କ  ଶେଷଯାତ୍ରା

1 min
246


ପଢୁଥିଲି ଯେବେ ମୁଁ ନବମ ଶ୍ରେଣୀରେ

ଲକ୍ଷ୍ମୀର ଅଭିସାର ଇଂଗ୍ରାଜୀ ବହିରେ।


ହୃଦୟକୁ ଭେଦିଥିଲା କଥାବସ୍ତୁ ମୋର

ପୁରୋହିତଙ୍କ ଉପରେ କ୍ରୋଧ ମୋ ସବାର।


ସାହାସ ଜୁଟାଇ ମନେ ପ୍ରଶ୍ନ ମୁଁ କରିଲି।

ଶିକ୍ଷକ ବୁଝାଇ ଦେଲେ ଗଳ୍ପ ଏହା ବୋଲି।


ମନୋଜ ଦାସଙ୍କ ଲେଖା ମରମକୁ ଭେଦେ

ପାଠକଟି ଯେବେ ପଢେ ଭୁଲେ ନାହିଁ କେବେ।


ତୁମ ସୃଷ୍ଟି ସମ୍ଭାରକୁ ପଢିବା ସୁଯୋଗ ।

ସ୍ନାତକୋତ୍ତର ଶ୍ରେଣୀରେ ଥିଲା ଉପଲବ୍ଧ।


ତୁମ ଗାଆଁ କିଆଫୁଲଠୁ ଚେରାପୁଞ୍ଜି ଯାଏ

କୀଟ ପତଙ୍ଗ ଠାରୁ କୁତୁରୀ ନାନୀ ଯାଏ।


ସମସ୍ତଙ୍କୁ ଲେଖନୀରେ କରିଛ ଜୀବନ୍ତ

ସେଥିପାଇଁ ତୁମ ସୃଷ୍ଟି ସଦା ହିଁ ଶାଶ୍ୱତ।


କବିତା ଉତ୍କଳ ତୁମ ମନ ପ୍ରାଣ ହରେ

ଜଗନ୍ନାଥ ସଂସ୍କୃତିକୁ ରଖିଛ ଉର୍ଦ୍ଧ୍ୱରେ।


ତୁମ ଗାଆଁ ଛିନ୍ନ ଗୁଡି ହେଲେ ବି ନିର୍ଜୀବ

ତୁମ ଲେଖନୀ ତାହାକୁ କରିଛି ସଜୀବ।


ଭସା କାଠ ଗଣ୍ଡିଟିକୁ ବ୍ୟାଘ୍ର ସଜାଇ

ସବୁରୀ ହୃଦୟ ତନ୍ତ୍ରୀ ଭୟରେ କମ୍ପଇ।


ତନ୍ଦ୍ରା ଲୋକର ପ୍ରହରୀ ତନ୍ଦ୍ରା କରେ ଚୋରୀ

ପୁଣ୍ଡରୀକ କଥା ଭାବି ଯାଏ ମୁହିଁ ଡରି।


ଶେଷ ବସନ୍ତର ଚିଠି ଅପେକ୍ଷାରେ ଝିଅ

ଜାଣିପାରିନି ସେ ତାର ମାତାଙ୍କ ବିଲୟ।


କଥା ଶତକର ନୀତି ଆଦର୍ଶର ବାଣୀ

ଆବାଳ ବୃଦ୍ଧ ବନୀତା ମନ ନିଏ କିଣି।


ସୀତାର ବାହାଘରରେ ଭାବି ଭାବି ସୀତା

ବାହାଘର ପୂର୍ବରୁ ତା ହରାଇଛି ଚେତା।


ବିଲେଇ ଗଳ୍ପଟି ଆହା ଅତିଶିକ୍ଷଣୀୟ 

ମଣିଷ ହୋଇଛି ଆହା କେଡେ ଅସହାୟ ।


ବିଲେଇ ପ୍ରସ୍ଥାନ ପାଇଁ ଅନ୍ୟ ଏକ କଣା

କରିଅଛି ନିଜେ ପୁଣି ହୋଇ ବାଟବଣା


ମଧୁବନ ମେୟରଙ୍କ ତାଛଲ୍ୟର ଭାଷା

ଠିକ୍ ସମଯରେ କରାଇଛ ଲୋକହସା।


ମନୋବିଜ୍ଞାନ ଶିକ୍ଷକଙ୍କୁ ଉଚ୍ଚେ ବସାଇ

ମେୟରଙ୍କୁ ବୁଦ୍ଧି ତୁମେ ଦେଲ ହେ ଶିଖାଇ।


ପଢିଛି ତୁମର ବହୁ ସୃଜନୀ ଏକାନ୍ତେ

ସବୁଠି ପାଇଛି ମୁହିଁ ନୂଆ ତଥ୍ୟ କେତେ।


ତୁମ ଚେତନା ବ୍ୟାପିଛି ଦିଗବଳୟ ଡେଇଁ 

ଲେଖିବାକୁ ଅକିଞ୍ଚନ ସମର୍ଥ ନୁହଁଇ।


ଶେଷ ତାନ୍ତ୍ରିକ ହେ ତୁମେ ଶେଷ ଯାତ୍ରା କଲ

ଝରିବନି ଲେଖନୀରୁ ଆଉ କିଆ ଫୁଲ 


ଦର୍ଦୁର ନେଉଳ ଆଉ ଚିତେଇର ଭାଷା

ବୁଝିବ କେ କୁହ ଆହେ ହେ ଶାଶ୍ୱତ ସ୍ରଷ୍ଟା ।


ମୃତ୍ୟୁ ତୁମକୁ କେବେ ବି ପାରିବନି ଛୁଇଁ 

ସବୁଦିନ ପାଇଁ ଗଲ ଅମର ଯେ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍