STORYMIRROR

Swarnalata Dash

Others

3  

Swarnalata Dash

Others

ଶେଷ ସୀମା

ଶେଷ ସୀମା

1 min
169

ଚଲାପଥ ଧାରେ

ଅନେକ କଣ୍ଟାର ଆଘାତ ସହି ସହି

ହୁଏତ ଛୁଇଁବାକୁ ବାକି ଥିଲା

ଶେଷ ସୀମା

ଆଗରେ ଦିଶୁଥିଲା ଜୁଇ

କିଛି ନହେଲେ ମନରୁ

ଦୁରେଇ ଯାଉଥିଲା

ଅହଂ ଭାବ

ଲାଗୁଥିଲା ପଥ ଧାରେ ଶୁଷ୍କ ମରୁବାଲି

ଶୋଷି ନେଉଥିଲା ଜଳ ରାଶି ସବୁ

ଶରୀର ହେଉଥିଲା ନିସ୍ତେଜ

ତଥାପି କ୍ଷୀଣ ଅବୟବେ

ସପନ ସାଉଁଟି ଧାଉଁଥିଲା

ଵିନ୍ଦୁଏ ମରୁ ଝରକୁ

ଯବନିକା ପକାଇବାକୁ

ଦୃଶ୍ୟାନ୍ତରର କରେ ଅଭିନୟ

ମିଳୁ କରତାଳି କି ଅବା ନିନ୍ଦାଗଲି

ସେଥିରେ ବା ଯାଏ ଆସେ କେତେ

ନାଟକର ନାୟକ ସେ

ନିର୍ଦେଶକ ର ଇଂଗିତରେ

ସାରି ଶେଷ ଅଭିନୟ

ଫେରିଯାଏ ଅଫେରା ପଥେ

ବେକରେ ଫୁକମାଳୀ

ହାତେ ଜପମାଳୀ

ଦେହେ ନବ ବସ୍ତ୍ର ରଖି 

ପାରିହେବ ଜୀବନର ନଈ

ଇତି ହେବ ଏକ ନାଟକର

ପୁନଶ୍ଚ ଅୟମାରମ୍ଭ

ଅନ୍ୟ ଏକ ନାଟକର

ଏଇତ ନିୟତିର ନିର୍ଦ୍ଦେଶ

ବୈଚିତ୍ର୍ୟ ମୟ ସୃଷ୍ଟିର ସମ୍ଭାର ।

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍