ଶେଷ ସୀମା
ଶେଷ ସୀମା
ଚଲାପଥ ଧାରେ
ଅନେକ କଣ୍ଟାର ଆଘାତ ସହି ସହି
ହୁଏତ ଛୁଇଁବାକୁ ବାକି ଥିଲା
ଶେଷ ସୀମା
ଆଗରେ ଦିଶୁଥିଲା ଜୁଇ
କିଛି ନହେଲେ ମନରୁ
ଦୁରେଇ ଯାଉଥିଲା
ଅହଂ ଭାବ
ଲାଗୁଥିଲା ପଥ ଧାରେ ଶୁଷ୍କ ମରୁବାଲି
ଶୋଷି ନେଉଥିଲା ଜଳ ରାଶି ସବୁ
ଶରୀର ହେଉଥିଲା ନିସ୍ତେଜ
ତଥାପି କ୍ଷୀଣ ଅବୟବେ
ସପନ ସାଉଁଟି ଧାଉଁଥିଲା
ଵିନ୍ଦୁଏ ମରୁ ଝରକୁ
ଯବନିକା ପକାଇବାକୁ
ଦୃଶ୍ୟାନ୍ତରର କରେ ଅଭିନୟ
ମିଳୁ କରତାଳି କି ଅବା ନିନ୍ଦାଗଲି
ସେଥିରେ ବା ଯାଏ ଆସେ କେତେ
ନାଟକର ନାୟକ ସେ
ନିର୍ଦେଶକ ର ଇଂଗିତରେ
ସାରି ଶେଷ ଅଭିନୟ
ଫେରିଯାଏ ଅଫେରା ପଥେ
ବେକରେ ଫୁକମାଳୀ
ହାତେ ଜପମାଳୀ
ଦେହେ ନବ ବସ୍ତ୍ର ରଖି
ପାରିହେବ ଜୀବନର ନଈ
ଇତି ହେବ ଏକ ନାଟକର
ପୁନଶ୍ଚ ଅୟମାରମ୍ଭ
ଅନ୍ୟ ଏକ ନାଟକର
ଏଇତ ନିୟତିର ନିର୍ଦ୍ଦେଶ
ବୈଚିତ୍ର୍ୟ ମୟ ସୃଷ୍ଟିର ସମ୍ଭାର ।
