STORYMIRROR

Barsha Swain

Others

3  

Barsha Swain

Others

ଶେଷ ଶ୍ରାବଣ

ଶେଷ ଶ୍ରାବଣ

1 min
204

ଶେଷ ଶ୍ରାବଣ ମୁଁ ଦିନେ ଫେରି ଆସିବି

ପୁଣି ଶେଷ ଶ୍ରାବଣ ନେଇ

ମେଘର ପାଲିକି ଆଉ

ସୁସଜ୍ଜିତ ବାଦଲର ମାଳ ସହ

ଦଳ ଦଳ ହୋଇ ଉଡୁଥିବା ପକ୍ଷୀ

ହଠାତ୍ ଖସିପଡିବେ ଆକାଶୁ

ଝରି ପଡିବ ପୁଣି ସେ ଗଙ୍ଗଶିଉଳୀ 

ଭୀଷଣ ଶବ୍ଦ ସହିତ

ଆଉ ହେବ ଏକ ନୂତନ ଋତୁର ଆର୍ବିଭାବ। 

ଇତିହାସର ଅନ୍ତ୍ଯାବସ୍ତା 

ସେଦିନର ଗଳାଫଟା ଚିତ୍କାର 

ମସୃଣ ହାତର ରକ୍ତଛିଟା

ଧୋଇହୋଇ ଯାଇଥିଲା

ବେଦନାର ଲୁହରେ । 

ପ୍ରବେଶ ଦ୍ବାରକୁ ଚାହିଁରହି

ଆଖିର ଲୁହ ବି ପ୍ରଶମିତ 

ଫେରିଲା ସେ ହେଲେ

ପୁଣି ସହହିବାକୁ ପଡିଲା ଅସହ୍ୟ ବେଦନା

ବନ୍ୟା ର ଆଗମନରେ । 

ଅନଳର ପରଶକୁ ପ୍ରଶମିତ କରିବାକୁ ଯାଇ

ଫୁଟିଥିଲା କଦମ୍ବ ପୁରେ ପୁରେ 

ଅନୁଭବ ହେଲା ସେଦିନ

ଆକାଶୁ ବି ଝରିପାରେ ଅନଳ

ଆଉ ଜଳ ବି ଜାଳିପାରେ କମଳ

ତଥାପି ଅପେକ୍ଷା ଥିଲା ଶେଷ ଶ୍ରାବଣକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍