STORYMIRROR

Bunee Tripathy

Others

4  

Bunee Tripathy

Others

ଶେଷ ପୃଷ୍ଠା

ଶେଷ ପୃଷ୍ଠା

1 min
254


ଜୀବନର ସ୍ରୋତ ଯାଉଅଛି ବୋହି

     ଶବ୍ଦହୀନ ତାର ଗତି

ଅଦେଖା ମାର୍ଗର ପଥଚାରି ଭାବେ

     ଯାଉଛି ଆଗକୁ ମାଡି।


କ୍ଷଣଭଙ୍ଗୁର ଏ ସଂସାର ପରିଧି

     କ୍ଷଣେକ୍ଷଣେ ଭାଙ୍ଗେ ଗଢେ

ଜୀବନ ମରଣ ଦୋଛକି ଭିତରେ

      ଜୀବନଚକ ତ ଗଡେ।


ବୟସର ନଈ ଯାଉଅଛି ବୋହି

    ଭେଟିବ ମୃତ୍ୟୁ ସାଗର

ଜୀବନ ତରଣୀ ଯାଉଅଛି ଭାସି

    ଅକାତକାତର ଧାର।


ସ୍ବପ୍ନର ସାଗରେ କରି ନିରିକ୍ଷଣ

    ଅତୀତକୁ ଦେଖୁଥାଇ

ବର୍ତ୍ତମାନ ଆମ ଚିର ସହଚର

   ଭବିଷ୍ଯ ଅଟଇ ନଈ।


ଦୁଃଖ ସୁଖ ଭରା ଜୀବନ ଭିତରେ

   ବୁଲେ ତ ଜଳଭଉଁରୀ

ଘୂର୍ଣ୍ଣିଝଡ ପରି ଆସି ଯାଏ କେବେ

   ପବନେ ଉଡେ ସତୁରି।


ନିୟତି ନିର୍ଦ୍ଦେଶ ମାନେତ ପ୍ରକୃତି

  ମାନବେ କରେ ପରିକ୍ଷଣ

ବାଲ୍ଯ,କଇଶୋର, ଯଉବନ, ଜରା

   ସଭିଙ୍କୁ ନେଇ ଜୀବନ।


ମନେ ଯଦି ତୋର ବସା ବାନ୍ଧି ଅଛି

   ଗର୍ବ,ଦମ୍ଭ ,ଅହଂକାର

ବୁଦବୁଦ ପରି ଭାସିଯାଉ ତାହା

   ନିରିମଳ ନିରିଝର।


ଭାଗ୍ଯଦେବୀ ଯେବେ ହୁଅନ୍ତି ପ୍ରସନ୍ନ

   ଭରିଯାଏ ଧନ ଯଶ

ନୁହେଁ ଦୀର୍ଘସ୍ଥାୟୀ କରନାହିଁ ମୋହ

   ମଶାଣିରେ ଏହା ଶେଷ।


ରମଣୀ ଆଖିରେ ଭରେ ମଦକତା

   ସାଜେ ପୁରୁଷର ସାଥି

ବାର୍ଦ୍ଧକ୍ଯର ସାଥି ଅଟେ ଅର୍ଦ୍ଧାଙ୍ଗନୀ

  ଜୀବନ ମରଣ ପ୍ରୀତି।


ପାପପୂଣ୍ଯ ଗତି ନେଇ ସେ ମିଶଇ

  ମୃତ୍ୟୁର ସାଗର ଜଳେ

ଶମଶାନ ଲେଖେ ଶେଷପୃଷ୍ଟା ପରା

   ଜୀବନର ଡାଇରୀରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍