Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Others

3  

Sangeeta Barik

Others

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
204



ଜୀବନର ପଥ ନୁହଁଇ ସହଜ

ସଦା ଅଙ୍କାବଙ୍କା ଗତି,

କେବେ ଚାଲୁଥାଉ କେବେ ଝୁଣ୍ଟୁଥାଉ

ଚଲାପଥ ଅସରନ୍ତି ।

ଦୋଛକିରେ ପୁଣି ଘଡିଏ ଅଟକୁ

ବାଛିବାକୁ ହୁଏ ପଥ,

ମନ ଓ ବିବେକ କଷାକଷି ପରେ

ନିଷ୍ପତ୍ତିରେ ଉପନୀତ ।

ଶେଷ ନିଷ୍ପତ୍ତିଟି ଅତ୍ୟନ୍ତ ଗୁରୁତ୍ୱ

ସ୍ଵୟଂ କର୍ତ୍ତା ନେଇଥାଏ,

ସତ୍ୟ ଧର୍ମ କର୍ମ ସବୁରି ଆଧାରେ

ବିଚାରେ ତଉଲା ହୁଏ ।



Rate this content
Log in