Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

2  

Manoj kumar Maharana

Others

ଶେଷ ଦେଖା

ଶେଷ ଦେଖା

1 min
261



ତୁମେ ସାଥେ ମୋ'ର
ଶେଷ ଦେଖା ହୋଇଥିଲା...
ବାଣୀବିହାର ର କେଂଟିନରେ,
ଯୁକ୍ତ ତିନି ଶେଷ ବର୍ଷର ଶେଷ ପରୀକ୍ଷା ଦିନ |
ହଁ ସାକ୍ଷୀଥଲା ...
ସେଇ ଅଦିନିଆ ବର୍ଷା ଓ
ତୁମ ସାଙ୍ଗ ପାୟଲ,ମଧୁସ୍ମିତା ଏବଂ
କେଂଟିନର ରାମୁ ମଉସା... |
ଆଜି ବି ସେ କେଂଟିନକୁ ଗଲେ
ରାମୁ ମଉସା ପଚାରନ୍ତି.....
'ଅଙ୍କିତା' କେମିତି ଅଛି???
'ଅଙ୍କିତା' ସହ ତୁମର ଦେଖାହୋଇଥିଲା?????
ମୋ ଆଖିରୁ ଲୁହ ଝରିପଡ଼େ
ଥପ ଥପ ହୋଇ...|
ଆଉ କୁହନ୍ତି....
କିଏ ଜାଣିଥିଲା ଯେ,
ଅଦିନିଆ ବର୍ଷାରେ ଅଜାଣତେ ଭିଜିଲେ ବି
ବିଛେଦର ଜ୍ୱର ହୋଇଯିବ
ଅବିଶ୍ୱାସର ଟିପ ଟିପ ପାଣିରେ.... |
ଜାଣିଛ ପ୍ରିୟା !!!
ତୁମ ସାଙ୍ଗ ପାୟଲ ଆଉ ମଧୁସ୍ମିତାର ତ
ଆଦୌ ଦେଖାନାହିଁ,
ଆଉ ସେଇ ଦିନ ଠାରୁ ସେମିତିକା
ଅଦିନିଆ ବର୍ଷାର ବି.... ||


Rate this content
Log in