STORYMIRROR

Ram Prasad Bisoi

Others

2.5  

Ram Prasad Bisoi

Others

ଶେଷ ଚିଠି ! ଶେଷ କବିତା !

ଶେଷ ଚିଠି ! ଶେଷ କବିତା !

1 min
14.1K


  • ଶେଷ ଚିଠି ! ଶେଷ କବିତା !

    ସଞ୍ଜ ସକାଳୁ ମଳୟ ଆସି ଯେତେବେଳ ଛୁଇଁ ଯାଏ ମତେ , ଲାଗେ ଯେମିତି ତମେ ଆସି ଛୁଇଁ ଗଲ, ଦିନଟା ସାରା ତ କଟି ଯାଏ ଯେମିତି ସେମିତି ଯୋଗଡୁ ଯୋଗଡୁ ତେଲ ଲୁଣ ସଂସାର,, ରାତି ଘନତା ଯେତେ ବଢ଼ି ଯାଏ ବଡିଯାଏ ତମ ଆବଶ୍ୟକତା ମୋର, ତମେ ତ ସେଦିନୁ ଯାଇଛ ଟେର ଖବର ଯେ ନାହିଁ ଆଜି ପର୍ଯ୍ୟନ୍ତ, ତମ ପ୍ରେମ ନା ଦେଇ ପାରୁଛି , ଆଖିରେ ଲୁହ, ନା ଓଠରେ ହସ, ନା ବିଷ, ନା ପୀୟୂଷ , ଯାହାକୁ ଦେଖିଲେ, ତା ହସରେ ଖୋଜୁଛି ତମକୁ, କାଳେ ହେଇଥିବ ଏ ମୋ ପ୍ରିୟା ର ହସ , ଦିନ ପରେ ରାତି ଅବିଶ୍ରାନ୍ତ ଭାବେ କାଟୁଛି, କରୁଛି ତମରି ଅନ୍ୱେଷଣ, ଯେମିତି ଚୋକରି ଖୋଜେ ଚାନ୍ଦ, ପଚାରିବି ବା କାହାକୁ ଠିକଣା ଯେ ତମର ଦେଇ ଯାଇ ନାହଁ , ବନ ପଡ଼ିଗଲେ ଜାଣନ୍ତି ସଭିଏଁ ମନ ପୋଡି ଗଲେ ଜାଣନ୍ତି ନି କେହି, କାହାକୁ ଯେ କରିବି ଗୁହାରି କୁହ ତମେ ଯେ ମୋ ପ୍ରିୟ ସଖି ଦ୍ରୌପଦୀ, ତମେ ଖୋଜି ଥିଲ ମତେ ଯେମିତି ଖୋଜେ ଜୀବନ ଚିର ବସନ୍ତ, ଫେରି ଆସିଲେ ଥରେ ହୁଅନ୍ତା ନି କି ! କୁହ ! ଦେଖା ଦେଇ ଚାଲି ଯାଅନ୍ତ ପଛେ, ଏ ମନ କୁ ତ ମିଳି ଯାଆନ୍ତା କିଛି ଅସ୍ବସ୍ତିବୋଧ , ଲେଖୁଛି ! ଏ ମୋର "" ଶେଷ ଚିଠି ଶେଷ କବିତା "" ତମ ପାଖକୁ ଫେରି ଆସ ତ ତମେ ଥରେ ।

    ରାମ ବିଶୋଇ, (କାଶ୍ୟପ) ତା-୨୩-୦୬-୧୬, ସମୟ-ରାତ୍ର-୧୨ ୩୬ ମି ରାୟଗଡ଼ା ।

     
     
 
 
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍