STORYMIRROR

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଶେଷ ବୁକୁଫଟା ଚିତ୍କାର ...... ---

ଶେଷ ବୁକୁଫଟା ଚିତ୍କାର ...... ---

1 min
1.5K


ଶେଷ ବୁକୁଫଟା ଚିତ୍କାର ......

----------------------------------

ସେଠି ମୁଣ୍ତ ସବୁ

କଟୁଥିଲା କ୍ଷଣକୁ କ୍ଷଣ

ଉସୁମ ରକ୍ତର ନଦୀ ବହିଯାଇ

ମାଟିକୁ କରୁଥିଲା ଓଦା

କଂସେଇର ଧାରୁଆ ଛୁରି

ଚାଲୁଥିଲା ଅହରହ

ଗଣ୍ତି ସବୁ ପଲଟୁଥିଲେ

ରକ୍ତ ମିଶା ମାଂସ ଖଣ୍ତ ଖଣ୍ତ

କଲିଜା ସହିତ ଚର୍ବି ସବୁ

ହେଉଥିଲେ ଏକାକାର

ମାଳ ମାଳ ମୁଣ୍ତ ସହ

ଗୋଡସବୁ ଗଡୁଥିଲେ ଏକାଠି

ସେମାନଙ୍କ ସ୍ୱତନ୍ତ୍ର ନିମନ୍ତ୍ରିତ

ଗରାଖମାନଙ୍କୁ ଅପେକ୍ଷା କରି l


ପଲେ ଛେଳିଙ୍କ ମଧ୍ଯରୁ

ଅନେକଙ୍କ ପାଳି ପଡିନାହିଁ

ସେମାନେ ସବୁ ପାଖା ପାଖି

ବନ୍ଧାହୋଇ ଦେହକୁ ଦେହ ଲଗାଇ

ମଟମଟ କରି ଚାହିଁ ରହିଥାନ୍ତି

ତାଙ୍କ ମୃତ୍ଯୁକୁ ଅପେକ୍ଷା କରି l


ସତେ ଯେପରି ସେମାନେ

କହିବାକୁ ଚାହୁଁଥାନ୍ତି

ମାର ମନା ନାହିଁ

ମରିବାକୁ ଡର ନାହିଁ

ଖାଦ୍ଯ ହୋଇ ଜନ୍ମିଛୁ ବୋଲି

କ'ଣ ସମ୍ମାନର ସହିତ ମରିବାର

ଅଧିକାର ନାହିଁ ?


ଦୟାକରି ବାନ୍ଧିଦିଅ

ଆଢୁଆଳେ ଟକେ ଦୂରେ

ଆଖିଆଗରେ ଦେଖାଅନି

ତୁହାକୁ ତୁହା ମୁଣ୍ତ କଟାର

ସେଇ ବିଭତ୍ସ ଦୃଶ୍ୟ

କିମ୍ବା ଶୁଣାଅନି

ଜୀବନର ଶେଷ

ବୁକୁଫଟା ଚିତ୍କାର

ଆମ ସାଙ୍ଗ ସାଥି, ମାଆ,

ଭାଇ ଓ ଭଉଣୀ ମାନଙ୍କର l


***************-***********


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in