ସହଧର୍ମିଣୀ
ସହଧର୍ମିଣୀ
ସହଧର୍ମିଣୀ
.........,,,..........🌹🌹🌹🌹
ସାତ ଜନମର ତୁମେ ମୋ'ର ସାଥୀ
ହୃଦୟର ରାଜ ରାଣୀ ;
ମୋ'ମନ ବାନ୍ଧବୀ ସୁହାଗିନି ପତ୍ନୀ
କରି ଦେଲ ମୋତେ ରୁଣୀ !!!!
ଜନ୍ମଜନ୍ମାନ୍ତର ହେବି ତୁମ ସାଥୀ
ଦଉଚିମୁଁ ପ୍ରତିଶୃତି ;
ସବୁ ଜନମରେ ହେବା ପତି ପତ୍ନୀ
ସାଇତି ରଖିବା ସ୍ମୃତି !!!!
ଆମ ପ୍ରେମ ସ୍ମୃତି ହବନି ବିସ୍ମୃତି
ଜଗତେ ପଡିବ ହୁରି ;
ସାଶ୍ୱତ ପ୍ରେମର ଚିରନ୍ତନ ଛବି
ଯିବ ନାହିଁ ଅପସରି !!!!
❤❤❤❤❤❤❤❤
ସ୍ଵର୍ଗୀୟ ପ୍ରେମର ସବୁ ରୂପ ରେଖ
ସହଜେ ଆଙ୍କିବ ତୁମେ ;
ତ୍ୟାଗପୂତ ତୁମ ଜୀବନ ଆଦର୍ଶ
ବିମୋହିତ ତଵ କର୍ମେ !!!
ଗଢି ପ୍ରେମବସା ଭରିଦେଲ ଆଶା
ଜାଣିଛ କୁହୁକ ମନ୍ତ୍ର ;
ବସାରେ ସାବକ ଖେଳିଲେ ସହସା
ପଢାଇଲ ମୋତେ ଶାସ୍ତ୍ର !!!!
ସୃଷ୍ଟିରେ ବୈଚିତ୍ର୍ୟ ତୁମ ସ୍ନେହଁ ପ୍ରେମ
ଅଧୁରା ନାହିଁ ମୋ' ସ୍ୱପ୍ନ ;
ହୃଦୟର ଗୀତି ଗାଉଛି ମୁଁ ନିତି
କେବେ ଘଟିନାହିଁ ବିଘ୍ନ !!!!
ମଥା'ର ସିନ୍ଦୁର ପ୍ରେମର ପ୍ରତୀକ
ନିତି ନାଅ ସରାଗରେ ;
ବିଧିର ବିଧାନ କରତ ପାଳନ
ପତ୍ନୀଧର୍ମ ଅନୁସାରେ !!!!
ବନ୍ଧୁ ପରିଜନ ସବୁରି ଆଦର
ତୁମ ତ୍ୟାଗ ଆଧାରରେ ;
କୁଳବଧୂ ସାଜି ଧର୍ମ କର୍ମ ରଖି
କଥା କୁହ ଧୀରସ୍ଵରେ !!!!
ସେବାପରାୟଣ ତୁମରି ଜୀବନ
ମଧୁମୟ ନୁହେଁ କେବେ ;
ତଥାପି ହାରନି ବିଚ୍ୟୁତ ହୁଅନି
ଭ୍ରମରେ ପକାନ୍ତି ସର୍ବେ !!!!
ଚିରହାସ୍ୟ ମୟୀ ଚିରଲାସ୍ୟମୟୀ
ମାତୃରୂପେ ବନ୍ଦନୀୟା ;
ଭଗ୍ନୀଜୟା ଭାର୍ଯ୍ୟାତୁମେତ ଆଶ୍ଚର୍ଯ୍ୟା
ଆହାକିଏ ମୋହମୟା !!!!
ଦୀପଶିଖା ପରି ତୁମେ ଜଳିଜଳି
ତମସାକୁ ଦୂରକର ;
ହେ'ଭାଗ୍ୟ ବିଧାତା ସଜେଇଛି ମାତା
ପତ୍ନୀରୂପୀ ଅଳଙ୍କାର ;!!!!
🌹🌹🌹🌹🌹🌹🌹🌹
.....!!!!!!!!!!!!!!.........................ସଦାନନ୍ଦ ସାହୁ ; ଧୁରୁସିଆ ,,,,,,କଟକ ,,,,,,,🌹❤🙏✒✒🙏✒🙏❤🧡💛🧡💚🌷💙❤🌹🙏
