STORYMIRROR

Krushna Chandra Dakua

Others

3  

Krushna Chandra Dakua

Others

ଶବ୍ଦଙ୍କ ଗୃହବନ୍ଦୀ

ଶବ୍ଦଙ୍କ ଗୃହବନ୍ଦୀ

1 min
145

ଚିହ୍ନା ଲୋକଙ୍କ ଅଚିହ୍ନା କଥାରେ 

ପ୍ରିୟ ଲୋକଙ୍କ ତୀକ୍ଷ୍ଣ ସମାଲୋଚନାରେ 

ଆଜି ଆପଣା ଶବ୍ଦଙ୍କ ଗୃହବନ୍ଦୀ

ସେ ଶିକ୍ଷାବିତ୍ ଜଣକ 

କାହିଁକି ଭେଟ ହେଉଥିଲେ କେଜାଣି 

ଏମିତି ଏକ ବନ୍ଦୀ ଦେଇଦେଲେ ଯେ 

ଆଜି ପ୍ରିୟ ଶବ୍ଦଙ୍କ 

ଅଣନିଃଶ୍ୱାସୀ ହେବାର କୋହ ଏବଂ ଆତ୍ମଚିତ୍କାର 

ଏବେ ନା ହୋଇଛି ଲକ୍ ଡ଼ାଉନ୍ ନା ସଟ୍ ଡ଼ାଉନ୍

ତଥାପି ଭୟ 

କାଳେ ପୁଣିଥରେ ସଂକ୍ରମଣ ହୋଇଯିବ

ସେହି ଶବ୍ଦଙ୍କ ବନ୍ଦୀ ହେବାର ମାୟାଜାଲେ 

ଏବେ କିନ୍ତୁ ଭଲ ହୋଇଛି 

ମୋ ନିର୍ଜନତାର ମଜା ନେଇ 

ଶବ୍ଦମାନେ ଘୁରିବୁଲୁଛନ୍ତି ମୋ ଚାରି ପାଖରେ 

ଆଊ ମୋ ଅବଶ ଭାବନାକୁ ଉପଭୋଗ କରି 

ଖୁବ୍ ମଜା ଉଠାଉଛନ୍ତି 

ତଥାପି ମୋ ଅନ୍ୱେଷଣର ଗମ୍ଭୀରତାକୁ ହୃଦୟଙ୍ଗମ କରି 

ଅଜସ୍ର ଦୁଃଖ ଏବଂ ମର୍ମାହତ 

ଏଣେ ମୁଁ କିନ୍ତୁ ମୋ ହାତଲେଖା ଏତଲାକୁ ଧରି 

ବାରଦ୍ଵାର ବୁଲିବୁଲି ହତାଶ 

କିଏ ଦେଇଛି ମୋ ଶବ୍ଦମାନଙ୍କୁ ଗୃହବନ୍ଦୀ 

ହାତ ହଲାଇ ଏବେ ଡାକିଲେ ମଧ୍ୟ 

ଶବ୍ଦମାନେ ଆସିବା ପାଇଁ ନାରାଜ

ଛନ୍ଦି ହୋଇଯାଇଛନ୍ତି ନିଜ ଅଳସପଣରେ 

ବେଖାତିର୍ କରି ଚାଲିଛନ୍ତି 

ମୋ ହୃଦୟର ଶୁଷ୍କ ଶୂନ୍ୟତାକୁ ........!!



Rate this content
Log in