ଶବ୍ଦ ଅପଚୟ
ଶବ୍ଦ ଅପଚୟ
ଭାଷା ସାହିତ୍ଯର ହୋଇବ ବିକାଶ
ଶବ୍ଦ ଭଣ୍ଡାର ରହିଛି
ଶବ୍ଦ ଅପଚୟ ହୋଇଲେ ଘଟିବ
ଦୋଷ,ଦୁର୍ବଳତା କିଛି ।
ଲିଖନ ପଠନ ସୃଷ୍ଟି ପଦ ବାକ୍ଯ
ଶବ୍ଦ ଯୋଡ଼େ ଅକ୍ଷରକୁ
ଭାଷା କଥନରେ ଏହି ସମାଜରେ
ଶବ୍ଦ ଗଢ଼େ ସମ୍ପର୍କକୁ ।
ଇଂରାଜୀ ଭାଷାରେ ଛବିଶି ଅକ୍ଷର
ବିଶାଳ ଶବ୍ଦ ଭଣ୍ଡାର
ବିଶ୍ବ ଦରବାରେ ପ୍ରତିଟି ଦେଶରେ
ପାଏ ସମ୍ମାନ ଆଦର ।
ବ୍ଯବହାର କରି ପାରିଲେ ଭାଷାରେ
ଶବ୍ଦ ହୋଇବ ରତନ
ଉତ୍ତମ ଶବ୍ଦର ପ୍ରୟୋଗର ବଳେ
ବଢ଼ିବ ଭାଷାର ମାନ ।
ଭାଷା ସାହିତ୍ଯର କ୍ଷୟ କ୍ଷତି ହୁଏ
ଶବ୍ଦ କଲେ ଅପଚୟ
ଶବ୍ଦକୁ ସଜାଇ କହି ପାରୁଥିଲେ
ମନରେ ନ ଥାଏ ଭୟ ।
ଶବ୍ଦ ହିଁ ଆଣଇ ଜୀବନେ ଏମିତି
ସ୍ନେହ,ପ୍ରେମ ପ୍ରୀତିଭାଷା
କ୍ଷଣିକ ମଧ୍ଯରେ ଦୂରକରିପାରେ
ଅଭିମାନ ରାଗ ଋଷା ।
ସ୍ନେହ ମମତାର ମଳୟ ଆଣଇ
ଦେହ ମନ ହୃଦୟରେ
ଶବ୍ଦର ତରଙ୍ଗ ଆଙ୍କେ କେତେ ରଙ୍ଗ
ପ୍ରତି ଜୀବନ ପୃଷ୍ଠାରେ ।
ଅପଚୟ ଶବ୍ଦ ଆଣଇ ବିଷାଦ
କ୍ଷଣେ ସମ୍ପର୍କ ଭାଙ୍ଗଇ
କ୍ରୋଧ,ହିଂସା,ଘୃଣା କରେ ବାଟବଣା
ଦିବ୍ଯ ଭାବନା ହଜଇ ।
ଶବ୍ଦ ଅପଚୟ ନ ହେବ ଯେମିତି
ବେଳ ଥାଉ ସାବଧାନ
ଚଲାପଥେ ଯେବେ ଗୋଡ଼ ଖସିଗଲେ
ଜୀବନ ହେବ ବିପନ୍ନ ।
