STORYMIRROR

Bijaya Panda

Others

4  

Bijaya Panda

Others

ଶୈଶବର କୌତୁହଳ

ଶୈଶବର କୌତୁହଳ

1 min
400

ତେବେ,

କୋଳେଇ କାଖେଇ

ଜହ୍ନି ଫୁଲ ଦେଖେଇ

ଜହ୍ନ ମାମୁଁ ଦେଖେଇ

ଗାଈର ହମ୍ବା ରଡ଼ି ଶୁଣେଇ

ଦେଉଥିଲେ ମା ଖୋଏଇ ।


ଏବେ,

ଜନି ଜନି ଏସ୍ ପାପା ନଦେଖିଲେ

ମୁ ଖାଉ ନାହିଁ, ପିଉ ନାହିଁ

ଦୋଷ କେବଳ ମୋର କି !

ମା ଯିବ ଚାକିରୀକୁ

ବାପା ବି ଅଫିସ୍ କୁ

ବେଳ କାହିଁ କାହାକୁ !


ତେବେ,

ଜେଜେମା ପାଖେ ବସେଇ

ଟୁଆଁ ଟୁଇଁ ଗପ ଶୁଣେଇ

ବୁଢ଼ୀ ଅସୁରୁଣୀ କାହାଣୀ ଶୁଣେଇ

ଦେଉଥିଲେ ମୋତେ ଶୁଏଇ ।


ଏବେ,

ଜେଜେମା ସଭା ସମିତି ଯାଉଛି

ଫେସବୁକ ନିଶା ଜେଜେଙ୍କୁ ଘାରିଛି

ନିଜ ମୋବାଇଲରେ ସାରା ସଂସାର ମାତିଛି

ମୋ ପାଇଁ କି କାହା ସମୟ ବଞ୍ଚୁଛି !!


ତେବେ,

ଶିକ୍ଷକଙ୍କ କଡ଼ା ନଜର

ତା ସାଙ୍ଗକୁ ବେତ ପାହାର

ଶିଶୁ ହୃଦୟରେ ଭରେ ଡର

ଭବିଷ୍ୟତ ଗଢ଼େ ଶିଶୁର

ବିଦ୍ୟାଳୟ ବିଦ୍ୟାମନ୍ଦିର ।


ଏବେ,

ନିୟମ କରିଛି ସରକାର

ବାଜିବନି ବେତ ପାହାର

ନାହିଁ ଏବେ ଆଉ ଡର ।


ଶିଶୁର ଚପଳମତି ମନ

ଘୁରିବୁଲେ କେତେ ଉଦ୍ୟାନ ଗହନ ବନ

ଉଚ୍ଚ ଶିକ୍ଷା ଉଚ୍ଚ ଅଭିଳାଷ ଭରି

ବଢାଇବା ଅତି ଯତନେ

ଦେଶ ମାତୃକାର ନାମ ଉଚ୍ଚ ସେ କରିବ

ଯେବେ ସଂସ୍କାର ଥିବ ତା ମନେ ।


କୌତୁହଳ ଭରା ଶୈଶବଟି ତାର

ଯେମିତି ନୂଆ ଉଡୁଥିବା ପକ୍ଷୀ

ଆକାଶ କେବଳ ପରିସୀମା ତାର

ସନ୍ତାନଟିଏ ସେ ସାରା ପୃଥିବୀର

ତା ପାଇଁ ସଭିଏଁ ଅତି ଆପଣାର ।


ଶିଶୁ ଏ ଦେଶର ଭବିଷ୍ୟତ

ଉଡ଼ିବାକୁ ତାକୁ ଦିଅ ହଳେ ଡେଣା

ଶିକ୍ଷା ଆଉ ସଂସ୍କାର ବଳେ ସେ ହେବ ନାହିଁ ବାଟବଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍