ଶୈଶବ
ଶୈଶବ
1 min
202
କେମିତି ଜାଣନ୍ତି ନିଜ ଜନ୍ମ
ଆଖି ଖୋଲିଲାବେଳକୁ ସକାଳ ।
ଉନ୍ମେଷ ଚେତନାର ଅରୁଣାଭା
ଆକାଶ ଉଦଭାସିତ ହୁଏ ।
ଅନ୍ଧାରର ଅନ୍ତିମ ସୀମାରୁ
କଅଁଳା ଖରା ଚହଟିଯାଏ ।।
ଅନୁଗତ ସମସ୍ତେ ସମୟର
ଫୁଲ ଫୁଟେ ମଉଳୁଥାଏ
ଫଳ ଫଳେ ଝଡିଯାଏ
କାଳର ମାଧ୍ୟାକର୍ଷଣରେ ।
ସକାଳ ମଧ୍ୟାହ୍ନ ପରାହ୍ନ ଚକ୍ରରେ
ଜୀବନର ଶ୍ବେତ ଅଶ୍ବ ଧାଏଁ।।
ଖୁବ୍ ଆନନ୍ଦ ଲାଗେ
ସ୍ମୃତିର ଅଗଣାରେ
ଶୈଶବର ଚିତା ଲେଖିବାକୁ,
ଧୂଳିଖେଳ,ବାଲିଘର,ବୋହୁଚୋରି
କଙ୍କି ପ୍ରଜାପତି ଧରିବାରେ
ସବୁଜ ବନ ଓ ସକାଳ ଖରାରେ।।
ଅନୁଭୂତିର ପର୍ବ ହିଁ ଅପୂର୍ବ
ଆଲ୍ଲାଦୀନର ଚମତ୍କାରୀ ଦୀପ।
ଅତିକ୍ରାନ୍ତ ସମୟର
ପରିଚିତ ମନମୋହୀ ରୂପ।
ଯହିଁ ସ୍ବପ୍ନ ସବୁ ସତ୍ୟ
ସତ୍ୟ ଆଜି ସ୍ମୃତିର ଝଲକ।।
