ଶୈଳପୁତ୍ରୀ
ଶୈଳପୁତ୍ରୀ
ଶରତ ଆକାଶ ସୁନ୍ଦର ଦିଶିଲା...
ତlଶତଣ୍ଡୀ ଫୁଲେ ଧରଣୀ ହସିଲା ..
ସ୍ୱାଗତ କରଇ ସେ ଧରଣୀ ରାଣୀ...
ତୁମ ଆଗମନେ ସ୍ତୁତି ଗାଇଲାଣି...
ପାର୍ବଣର ଆଦ୍ୟ ଦିବସ ଆସିଲା...
କୁସୁମ ସମ୍ଭାରେ ଧରଣୀ ହସିଲା...
ଶୈଳପୁତ୍ରୀ ନାମ ପର୍ବତ ନନ୍ଦନି..
ତୁମେ ପାର୍ବତୀ ଗୋ ହରଙ୍କ ଘରଣୀ..
ମୂଳାଧାରେ ପୁଣି ତୁମେ ବିରାଜିତା...
ଚନ୍ଦ୍ରମା ଦୁହିତା ଆହେ ଆଦିମାତା...
ଶୁକ୍ଳ ବସ୍ତ୍ର ଶୁକ୍ଳ ପୁଷ୍ପେ ସୁଶୋଭିତା..
ଚନ୍ଦ୍ର ଦୋଷ ଦୂର କର ହେ ଅମ୍ବିକା...
ବୃଷଭ ପୃଷ୍ଠରେ ତୁମେ ବିରାଜିତା...
ସୁଖ, ସମୃଦ୍ଧିର ଦିଅ ଆଦିମାତା...
ତୁମେ ତ ଅପର୍ଣ୍ଣା ତୁମେ ହିଁ ପାର୍ବତୀ..
ହରଙ୍କ ଘରଣୀ ତୁମେ ସୁଭାଷିନୀ...
ପର୍ବତ ନନ୍ଦନୀ ତୁମେ ହିଁ ଭବାନୀ...
ଦୁଃଖ ହରି ତୁମେ ସୁଖ ପ୍ରଦାୟିନୀ...
ଦାମ୍ପତ୍ୟ ଜୀବନ ସୁଖ ଭରିଦିଅ...
ଦିଅ ସିଦ୍ଧି ପୁଣି ଦିଅ ହେ ଅଭୟ ll
