ଶାସକ ଓ ସ୍ରଷ୍ଟା
ଶାସକ ଓ ସ୍ରଷ୍ଟା
ତୁମେ କଣ ଶାସକ ?
ଦେଇ ପାରିବ ଶ୍ରୀରାମଙ୍କ
ସ୍ବଚ୍ଛ ଶାସନ ?
ହଳାହଳ ବିଷକୁ ପାନକରି
ପ୍ରଜାଙ୍କୁ କରିପାରିବ
ଅନୁରଞନ ?
ମିଳାଇ ଯାଇଥିଲା
ସୌମିତ୍ରୀଙ୍କ ଆଗ୍ନେୟ ଶପଥ
ବୈଦେହୀଙ୍କ ବିରୁଦ୍ଧରେ
ପ୍ରତିବାଦୀଙ୍କ ଜିହ୍ଵା ଛେଦନ ।
ରଘୁବଂଶିଙ୍କ ଉଦାର ହୃଦେ
ଖାସ୍ ପ୍ରଜା ସୁଖ ଲାଗି
ସୀତା ପାଇଲେ ନିର୍ବାସନ ।
ତୁମେ କଣ ନୀତିର ବିଘୋଷକ;
ରାଜନୀତିରେ ନାୟକ ,
ନା ଦକ୍ଷ ପ୍ରଶାସକ ,
ଦେଇପାରିବ ସୁଶାସନ?
ଗାଁ ଠୁ ସହର
ଜଳ ଠୁ ଅନଳ
କ୍ଷୀର ଠୁ ନୀର
ସବୁଠି ବିଷର ଚକ୍ର ବ୍ୟୁହ ।
କଷଣ ଦୂଷଣ ପ୍ରଦୂଷଣ
ଏଥିରୁ ମୁକ୍ତି ବଡ ଦୁରୂହ ।
ଦରିଦ୍ର ଦାନବର ଆସ୍ଫଳନ
ଆଜି ବି ତବତ ଭାତକୁ
ନାହିଁ ତିଅଣ
ପଖାଳ ଭାତକୁ
ନ ମିଳେ ଲୁଣ
ଏବେବି ନିର୍ଭୟା ଭଳି
ଦେଶର ଗୌରବ
ସେବିକା ସୌରଭ
ହେଉଛନ୍ତି ଧର୍ଷିତା
ଏକାଧିକ ନାବାଳିକା
ପାଶବିକ ଅତ୍ଯାଚାର ପରେ
ପାଉଛନ୍ତି ହତ୍ଯା ।
ତୁମେ ଯଦି ସ୍ରଷ୍ଟା :
ତୁମେ କୁହ ,
କାଳେ ମାନିଯିବେ
ତୁମ ମାନସ ସନ୍ତାନ
ଅପସରି ଯିବ ଯେତେ ସବୁ
ସଂଚିତ ଅପମାନ
ନବ ଅରୁଣ ଉଦୟରେ
ମୃତ ପୃଥିବୀରେ
ସଂଚରୀଯିବ ନବ ଜୀବନ
ଫେରିପାଇବ
ମାନବକୁ ମାନବିକତା
ନାରୀକୁ ସଂଯମତା
ଉତ୍ଥିତ ହେବ
ଶୋଇ ପଡିଥିବା ବିବେକ
ଉଷର ହୃଦୟରେ
ଅଙ୍କୁରିତ ହେବ
ବିଶ୍ବାସ ର ବୀଜ ।
ହେ ଈଶ୍ବର :
ଧୋଇଦିଅ ମଣିଷ ମନରୁ
କପଟ କୁଟିଳତାର ଅଳନ୍ଧୁ
ଭରିଦିଅ ଶାଶ୍ବତ ପ୍ରେମର ସିନ୍ଧୁ
ଏ ସୃଷ୍ଟି ହୋଇଯିବ
ମଧୁମୟ ସୁଧାମୟ ଅମୃତମୟ ।
ବେଦ ଠୁ ପୁରାଣ,
ବାଇବେଲ ଠୁ କୋରାନ ,
ସବୁଠି ପ୍ରମାଣ
ଶାସକ ଠୁ ସ୍ରଷ୍ଟା ମହାନ;
ତୁମ ସାମ୍ନାରେ ତୁମ ସୃଷ୍ଟି
ହେଉଛି କଦାକାର
ଧର୍ମ ରଖି ପ୍ରଭୁ, ସଙ୍କଟୁ ଉଦ୍ଧର ।"
