ଶାଶୁ ମାଆ
ଶାଶୁ ମାଆ
ଆହାଃ! କି ଆଭା,
ସେ ମାତୃମୟୀ ମୁଖମଣ୍ଡଳର।
ଲହରୀ ର କାୟା ପରି କଳା କେଶର କୁଞ୍ଚିତ ଆକାର,
ପୀତ ରଙ୍ଗ ବି ଫିକା ପ୍ରାୟ ତାଙ୍କ ଶରୀର ର ବର୍ଣ୍ଣ ରେ,
କି ଉପମା ଭରିଛନ୍ତି ନିଜ ଶୋଭନୀୟ ଶୃଙ୍ଗାର ରେ,
ଆଖିରେ ଗାଢ କଜ୍ଜ୍ୱଳ ଅଧରେ ଖଇରି ର ଧାର,
ଗଳାରେ ରାଣୀ ହାର ଟି ଲାଗୁଛି ଭାରି ସୁନ୍ଦର,
ଲାଜ କୁ ଢାଙ୍କୁଛି ତାଙ୍କ ଗାଢ ନୀଳ ରଙ୍ଗର ଶାଢ଼ି,
ଦୃଷ୍ଟି ଆକର୍ଷଣ କରୁଛି ଖଇରି ରଙ୍ଗର ଧଡି,
ହସ୍ତ ଦ୍ୱୟେ ଚାରି ମୁଠା ନାଲି ଶଙ୍ଖା ର ଶବ୍ଦ
ଦୁଇ ସ୍ୱର୍ଣ୍ଣ କଙ୍କଣ ରଚୁଛନ୍ତି ନୂତନ ସଙ୍ଗୀତ ର ନାଦ,
ମୁଗ୍ଧ ମୁଁ ଯେ ସ୍ତବ୍ଧ ପ୍ରାୟ ଦେଖି ତାଙ୍କ ରୂପ କୁ,
ହେ କୋଟି ସୌନ୍ଦର୍ଯ୍ୟ ର ରାଣୀ!
ମୁଁ ପାଏ ଭଲ ତୁମ ନୟନ ତାରା କୁ,
ହୃଦୟେ ଭୟ ର ଝଡ, ନୟନେ ମୋ ଲାଜ,
କହିବି ପାରୁନି ମୁଁ ଯେ ଏ କେଇ ପଦ ସତ,
ବାଟବଣା ହୋଇ ଯାଇ ଅଛୁ ତାଙ୍କ ଦ୍ୱାରେ,
ଅସଂଖ୍ୟ ପ୍ରଶ୍ନ ର ଗୁନ୍ଥା ବାଢିଛନ୍ତି ଆମ ଆଗରେ,
ଭୟେ ମୁଁ ଯେ ଥୟ ନୁହଁ ପାଇ ତାଙ୍କ ପରିଚୟ,
ବେଗେ ଚଳେ ଉତ୍ତରେ କହି "ଭୁଲ ହୋଇଗଲା ଆମର",
ଦୂରେ ଥାଇ ଦେଖୁଛି ମୋ ପ୍ରିୟ ଙ୍କ ଭବନ କୁ
ଘିଅ ବର୍ଣ୍ଣ ଗୃହ ମୋହିତ କରୁଛି ମୋ ମନ କୁ,
ଓଠେ ଥାଏ ସ୍ମିତହାସ୍ୟ ଉଲ୍ଲସିତ ମନ,
ସନ୍ଦେହ ବଶେ ପାଉଛି ଉଚିତ୍ ଠିକଣା ର ଚିହ୍ନ ,
ମନେ ଭାଳୁ ଥିଲି ମୁଁ ଯେ ଶାଶୁ ତ ଶକ୍ତ ବାର୍ତ୍ତା ର ରୂପ,
ଆଜି ଅନୁଭବ କଲି ତାଙ୍କ ଅନୁଶାସନ ର ସ୍ୱରୂପ,
ହଠାତ୍ ଦଲ୍କି ଗଲି ଶୁଣି ଦୂରଭାଷର ଶବ୍ଦ କୁ,
ଆଖି ଖୋଲି ଦେଖେ ମୁଁ ଏ ବାସ୍ତବ ଦୁନିଆ କୁ,
ସ୍ୱପ୍ନ ଥିଲା ସତ ନୁହଁ ବଳେ ଚିନ୍ତା କଲି,
ସତେ କ'ଣ ସପନେ ମୁଁ ଶାଶୁଙ୍କୁ ଭେଟିଲି?
