STORYMIRROR

Sambit Srikumar

Others

4  

Sambit Srikumar

Others

ଶାରୀ

ଶାରୀ

1 min
98


କହଲୋ ଶାରୀ

ପାରିବୁ କି ତୁ ଭରସା କରି

ଏଇ ସଂସାରକୁ??

ସୁନା ପଞ୍ଜୁରୀର ଲୋଭ

ଦେଖାଇ ତୋତେ ଧରିନେଇ

ଚିରକାଳ ବନ୍ଦୀ କରିବାକୁ ଏଠି

ଟାକି ବସିଛନ୍ତି ଅସଂଖ୍ୟ ଶିକାରୀ!!

ରୂପା ଥାଳିରେ ଦୁଧଭାତ

ଖାଇବାର ଭେଳିକିରେ

ତୁ ଯାଆନିଲୋ ଠକି ଶାରୀ

ଆଖି ବି ଧୋକା ଖାଏ

ଅନେକ ସମୟରେ

ପାରିବୁ କି ବୁଝି ତୁ

ତୋର ଏଇ ନହୁଲୀ

ନଟଖଟି ବୟସରେ??

ମଧୁର ମିଛ କଥା କୁହା

ସ୍ୱାର୍ଥପର ମଣିଷଙ୍କ ହାତରେ

ଥରେ ଧରା ଦେଲା ପରେ

ଆଉ କି ପାରିବୁ ତୁ ଉଡି

ଆପଣାର ଡେଣା ମେଲି

ନୀଳ ଆକାଶରେ ସ୍ୱେଚ୍ଛାରେ??

ତୋ ହାତରେ କଡି

ପାଦରେ ବେଡି ପିନ୍ଧାଇ

ଏଇ ଜହ୍ଲାଦଗୁଡାକ ନେବେ

ତୋତେ ପୋଷା ମନେଇ

ଚତୁର କୌଶଳରେ!!

ଶୁଣିବେନି କେହି ବି

ତୋର ଅନ୍ତରର ଅଭିମାନ

ବୁକୁଫଟା ବିଳାପ ରୋଦନ

ଦୂରକୁ ଉଡିବାକୁ ଚାହିଁଲେ

ପକ୍ଷ ହେବ ଚ୍ଛେଦନ!!

ସୁନା ପଞ୍ଜୁରୀରେ ପାରିବୁ କି

ଦେଖି ସୂର୍ଯ୍ୟର କିରଣ

ପାଇବୁକି ତୁ ବରଷା ଜଳ

ପ୍ରକୃତିର ନରମ କୋଳ

ସବୁ ତୋ ପାଇଁ ହେବଲୋ ବାରଣ

ଝୁରି ମରିବୁ ତୁ ଅକାରଣ!!

ତୁ ତୋ ଦୁନିଆରେ

ଏକା ରହ ଭଲରେ

ଜୀଇଁ ଜୀବନ ସ୍ୱାଚ୍ଛନ୍ଦରେ

ଉଡି ବୁଲି ମୁକ୍ତ ଭାବରେ

ମରିଯାଆ ପଛେ ଅଭାବରେ

ଉପାସ ଭୋକରେ

ବିକି ଦେଏନା ତୋର

ଅମୂଲ୍ୟ ସ୍ୱାଧୀନତା

ସୁନା ପଞ୍ଜୁରୀ ଆଉ

ରୂପାଥାଳିର ଲୋଭରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍